କନକ ବ୍ୟୁରୋ : ଟ୍ୟୁସନ୍ ଯାଇଥିଲା ପୁଅ ... ପାଞ୍ଚ ମିନିଟରେ ଆସିବ କହି ପୁଅ ଗଲା ଯେ, ଶବ ହୋଇ ଫେରିଲା । ପୁଅର କଥା ମନେ ପକାଇ ବାହୁନି ବାହୁନି କାନ୍ଦୁଛନ୍ତି ମା' । ମୋ ପୁଅକୁ ଟିକେ ଦେଖିବି କହି ବ୍ୟାକୁଳ ହଉଛି । କୁନି ପୁଅକୁ କେବେ ଏମିତି ଦେଖିବାକୁ ମିଳିବ ତାହା କେହି କେବେ କଳ୍ପନା ବି କରିନଥିଲେ । ଜୀବନ ଯାତ୍ରାରେ ଖୁବ୍ କମ୍ ବାଟ ଚାଲି ପୁଅ ଏମିତି ଏକ ମୃତ୍ୟୁର ଶିକାର ହେବ ତାକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ଘର ପାଖ ମୁକୁଳା ନାଳରେ ପଡ଼ି ୧୫ ବର୍ଷର ଜ୍ୟୋତିଙ୍କ ଜୀବନ ଦୀପ ଲିଭିଯାଇଛି । ଆଉ ଭୁବନେଶ୍ୱର ଏମ୍ସରେ ପୁତୁରାର ମୃତଦେହ ଦେଖି ନିର୍ବାକ ହୋଇଯାଇଛନ୍ତି ମାଉସୀ । ସେପଟେ, ପୁଅର ମୃତ୍ୟୁ ଖବର ଶୁଣି ଚେତା ହରାଉଛନ୍ତି ମାଆ । ପୁଅର ମୃତୁଦେହ ମିଳିବା ପରେ ବାରମ୍ବାର ବେହୋସ ହେଇଯାଉଛନ୍ତି ମାଆ । ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜ୍ୟୋତିପ୍ରକାଶଙ୍କ ଆତ୍ମୀୟ ।

Advertisment

ଭୁବନେଶ୍ୱର ଏମ୍ସରେ ମୃତ ଛାତ୍ର ଜ୍ୟୋତିପ୍ରକାଶଙ୍କ ଶବ ବ୍ୟବଚ୍ଛେଦ ହୋଇଛି । ୧୯ ଘଂଟା ଅପରେସନ ପରେ ମୃତ ଦେହ ଠାବ କରିଥିଲା ଅଗ୍ନିଶମ ବାହିନୀ । ଭୁବନେଶ୍ୱର ପଂଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଶରୀର ଫୁଲି ଯାଇଥିବାରୁ ଜ୍ୟୋତି ପ୍ରକାଶଙ୍କ ମୃତ ଦେହକୁ ପ୍ରଥମେ ଚିହ୍ନିବା କଷ୍ଟକର ହୋଇପଡିଥିଲା । ମୃତ ଦେହକୁ ଚିହ୍ନଟ ପାଇଁ ପରିବାର ଲୋକଙ୍କୁ ଡକାଯାଇଥିଲା । ଏମ୍ସକୁ ଜ୍ୟୋତିଙ୍କ ବାପା, ମାଉସୀ ଓ ଅଜା ଯାଇ ମୃତ ଦେହ ଚିହ୍ନଟ କରିଥିଲେ । ସେପଟେ ପୁଅର ମୃତ୍ୟୁ ଖବର ଶୁଣି ଚେତା ହରାଉଛନ୍ତି ମାଆ । ଜ୍ୟୋତି ତାଙ୍କୁ ଛାଡ଼ି ଏମିତି ଚାଲିଯିବ ଏକଥାକୁ ଗ୍ରହଣ କରିପାରୁନାହାନ୍ତି ମଆ । ପୁଅର କଥା ମନେ ପକାଇ ବାହୁନି କାନ୍ଧୁଛି ମାଆ ।

୧୯ଘଂଟାର ଅପରେସନ ପରେ ଆଜି ସକାଳୁ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହ ମିଳିଥିଲା । ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ କରୁଥିଲା ଅଗ୍ନିଶମ ବାହିନୀ । ଭୁବନେଶ୍ୱର ପଂଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ଗତକାଲି ଅପରାହ୍ନ ସମୟରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଛାଡ଼ିବା ପରେ ଟ୍ୟୁସନ ପାଇଁ ବାହାରିଥିଲେ ଜ୍ୟୋତିପ୍ରକାଶ । ରାସ୍ତା ବୁଡ଼ି ଯାଇଥିବାରୁ ମା’ ଟ୍ୟୁସନ ଯିବାକୁ ବାରଣ କରିଥିଲେ । କିନ୍ତୁ ଏକ ପ୍ରୋଜେକ୍ଟ କାମ ସାରି ସାଙ୍ଗେ ସାଙ୍ଗେ ଫେରି ଆସିବେ ବୋଲି କହିଥିଲେ ଜ୍ୟୋତି ପ୍ରକାଶ । କିନ୍ତୁ ମୁକୁଳା ନାଳରେ ପଡିଯିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ।