ରାଜଧାନୀରେ ପୁଣି ମାତିଲେ ଲୁଟେରା : କାର କାଚ ଭାଙ୍ଗି ଲୁଟିନେଲେ ଲକ୍ଷେ ୨୦ ହଜାର; ଖାରବେଳନଗର ଥାନା ପୋଲିସର ତଦନ୍ତ

77

କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ଲୁଟେରା । ଆପଣ କୌଣସି ସ୍ଥାନରେ ଗାଡି ଛାଡିଯାଉଛନ୍ତି କି, ଯଦି ଆପଣଙ୍କ ଗାଡିରେ କୌଣସି ମୂଲ୍ୟବାନ ବସ୍ତୁ ରଖୁଛନ୍ତି , ତେବେ ଆପଣ ସାବଧାନ ହୋଇଯାଅନ୍ତୁ । କାରଣ କୌଣସି ସମୟରେ ଆପଣଙ୍କ ଲୁଟେରା ଚୂନ ଲଗାଇ ପାରନ୍ତି । ଭୁବନେଶ୍ୱରରେ କାର କାଚ ଭାଙ୍ଗି ଲୁଟିନେଲେ ଲକ୍ଷେ କୋଡିଏ ହଜାର ଟଙ୍କା । ବ୍ୟାଙ୍କରୁ ଟଙ୍କା ଉଠାଇ ସମସ୍ତ ଟଙ୍କା ଗାଡିରେ ରଖି ଯାଇଥିଲେ ମହିଳା ଜଣକ । ତେବେ ଆସି ଦେଖିବା ବେଳକୁ ଗାଡିର କାଚ ଭାଙ୍ଗିଛି । ଗାଡିରେ ଟଙ୍କା ନାହିଁ । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତନାଘନା କରୁଛି ।