ଲକଡାଉନ୍ ଲଜ୍ଜ୍ୟା ଘଟଣାରେ ନ୍ୟାୟ ମାଗୁଛି ଗଣଦୁଷ୍କର୍ମ ପୀଡ଼ିତା ନାବାଳିକା: ଶିଶୁ ଅଧିକାର କମିଶନ ପାଖରେ ଫେରାଦ ହେଲେ ପୀଡ଼ିତାଙ୍କ ମା’; ଅଭିଯୋଗ ପତ୍ରରେ ଲେଖିଛନ୍ତି- ହାତ ଗୋଡ଼ ବାନ୍ଧି ୧୫ ଦିନ ଯାଏଁ କରିଥିଲେ ଗଣଦୁଷ୍କର୍ମ

Advertisment
ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ୨ ଅଭିଯୁକ୍ତଙ୍କୁ ଗିରଫ ପରେ ବ୍ରହ୍ମପୁର ଅତିରିକ୍ତ ଏସପିଙ୍କ ସୂଚନା ।

କନକ ବ୍ୟୁରୋ: ତାଲାବନ୍ଦ ସମୟରେ ରାଜଧାନୀର ଇନଫୋସିଟି ଅଂଚଳରେ ଏକ ନାବାଳିକା ଗଣଦୁଷ୍କର୍ମ ନେଇ ଅଭିଯୋଗ ସାମ୍ନାକୁ ଆସିଛି । କେନ୍ଦ୍ରାପଡା ଅଂଚଳର ଜଣେ ମହିଳା, ଏକ ବୈଦ୍ୟୁତିକ ଗଣମାଧ୍ୟମର ଚାରି ଜଣ କର୍ମଚାରୀ ଓ ନିର୍ଦ୍ଦେଶିକାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଶିଶୁ ଅଧିକାର କମିଶନ ନିକଟରେ ଅଭିଯୋଗ କରି ସେ କହିଛନ୍ତି ତାଙ୍କର ୧୩ ବର୍ଷର ଝିଅକୁ ସଂପୃକ୍ତ ଗଣମାଧ୍ୟମ ସଂସ୍ଥାର ୨ ଜଣ କର୍ମଚାରୀ ଓ ୨ ଜଣ ସୁରକ୍ଷାକର୍ମୀ ଗଣଦୁଷ୍କର୍ମ କରିଛନ୍ତି । ଏହି ଘଟଣା ନେଇ ମହିଳା ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ସେପଟେ ମହିଳା କମିଶନ ହସ୍ତକ୍ଷେପ କରି ଦୋଷୀକୁ ଯେପରି ଦଣ୍ଡ ମିଳିବ ସେ ଦିଗରେ କମିଶନ କମିଶନ ପଦକ୍ଷେପ ନେବେ ।

publive-image

ଶିଶୁ ଅଧିକାର କମିଶନ ନିକଟରେ ଦାଖଲ ହୋଇଥିବା ଏହି ହେଉଛି ସେହି ଅଭିଯୋଗ ପତ୍ର, ଯେଉଁଥିରେ ଜଣେ ୧୩ ବର୍ଷିୟ ନାବାଳିକାଙ୍କୁ କେଉଁ ଭଳି ଭାବରେ ଗଣଦୁଷ୍କର୍ମ କରାଯାଇଥିଲା ଏବଂ କିଏ କିଏ ଘଟଣାରେ ସଂପୃକ୍ତ ଥିଲା, ତାହା ସ୍ପଷ୍ଟ ଲେଖା ରହିଛି । ପୀଡ଼ିତାଙ୍କ ମା’ କରିଥିବା ଅଭିଯୋଗ ଅନୁସାରେ---

-ଏକ ବୈଦ୍ୟୁତିକ ଗଣମାଧ୍ୟମରେ କାମ କରୁଥିବା ସମୟରେ ସଂପୃକ୍ତ ଚ୍ୟାନେଲରେ ଏକ ପ୍ରମୋ ପ୍ରସାରିତ ହୋଇଥିଲା । ଏହି ପ୍ରମୋରେ ମୋ ଝିଅର ଚିତ୍ର ଦେଖିବା ପରେ ଘରେ ଯାଇ ଝିଅକୁ ପଚାରିଥିଲି କ’ଣ ଘଟିଥିଲା? ଘରେ କେହିନଥିବା ସମୟରେ ସଂପୃକ୍ତ ଗଣମାଧ୍ୟମର ୪ ଜଣ କର୍ମଚାରୀ ଆସି ଅତି ବିଭତ୍ସ ଭାବରେ ଗଣଦୁର୍ଷ୍କମ କରିଥିବା ପ୍ରକାଶ କରିଥିଲା ମୋ ଝିଅ । ଆଉ ଏହି ଘଟଣା ସମ୍ପର୍କରେ ପ୍ରଘଟ କଲେ ଜୀବନରୁ ତାକୁ ଏବଂ ମା’କୁ ମାରି ଦେବେ ବୋଲି ଧମକ ଦିଆଯାଇଥିଲା । ମୋର ଅନୁପସ୍ଥିତିରେ ଝିଅର ହାତ, ଗୋଡ଼ ଓ ମୁହଁ ବାନ୍ଧି ପ୍ରାୟ ୧୫ ଦିନ କାଳ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ସମୟ ଭିଡିଓ ମୋବାଇଲରେ ସୁଟ୍ କରିବା ସହ କାହାରିକୁ ପ୍ରକାଶ କଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ ।

ଏହି ଘଟଣାରେ ସଂପୃକ୍ତ ଗଣମାଧ୍ୟମର ୨ଜଣ କର୍ମଚାରୀ, ୨ଜଣ ସୁରକ୍ଷାକର୍ମୀ ଏବଂ ୩ ଜଣ ପୁଲିସ୍ କର୍ମଚାରୀ ଥିଲେ । ଏହି ଘଟଣା ସମ୍ପର୍କରେ ସଂପୃକ୍ତ ଜଣମାଧ୍ୟମର ଏମ୍ଡିଙ୍କୁ ଦୃଷ୍ଟିଗୋଚରକୁ ଆଣିଥିଲେ ସୁଦ୍ଧା ସଂପୃକ୍ତ ଗଣମାଧ୍ୟମର ଏମ୍ଡି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ । ଏହି ଘଟଣା ନେଇ ମହିଳା ଥାନାରେ ମଧ୍ୟ ଅଭିଯୋଗ କରିଛି । ଏହି ଜଘନ୍ୟାକାଣ୍ଡ ପରେ ଝିଅର ମାନସିକ ଅବସ୍ଥା ଭଲ ନାହିଁ । ଘଟଣାକୁ ନେଇ ସଂପୃକ୍ତ ଚ୍ୟାନେଲର ଏମ୍ଡି ପୁଲିସ୍କୁ ଜଣାଇବା ପରିବର୍ତେ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ । ତେଣୁ ମୁଁ ପ୍ରାର୍ଥନା କରୁଛି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ନିଆଯାଉ ।

publive-image

ଏପଟେ ଏହି ଗଣଦୁଷ୍କର୍ମ ମାମଲାରେ ତଦନ୍ତକୁ ତ୍ୱରାନ୍ୱିତ କରି ରିପୋର୍ଟ ଦେବା ପାଇଁ କହିଛନ୍ତି ରାଜ୍ୟ ମହିଳା କମିଶନ । ପୁରା ଘଟଣାରେ ଦୋଷୀକୁ ଯେପରି ଦଣ୍ଡ ମିଳିବ ସେଦିଗରେ ରାଜ୍ୟ ମହିଳା କମିଶନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ସୂଚନା ଦେଇଛନ୍ତି । ସେପଟେ କମିଶନରେଟ ପୋଲିସ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମହିଳା ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ୭ ଦିନ ମଧ୍ୟରେ ମାମଲାର ରିପୋର୍ଟ ଦେବା ପାଇଁ କୁହାଯାଇଛି । ଗତ ଏପ୍ରିଲ-ମେ ମାସରେ ଘଟିଥିଲା ଏହି ବର୍ବରକାଣ୍ଡ । ଯେଉଁଥିରେ ଏକ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀଙ୍କ ସମେତ ୩ ଜଣ ପୁଲିସ୍ କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe