ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା: ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି-ଏମଡି ଜାଗିମଙ୍ଗତ ପଣ୍ଡା; ପୀଡିତାଙ୍କ ମାଆଙ୍କ ଲିଖିତ ଅଭିଯୋଗ ଓ ଅଡିଓ କ୍ଲିପ ଆଧାରରେ ହୋଇଥିଲା ନୋଟିସ

239

କନକ ବ୍ୟୁରୋ: ରାଜଧାନୀରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ଆଜି ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ଓଟିଭିର ଏମଡି ଜାଗିମଙ୍ଗତ ପଣ୍ଡା । ମହିଳା କମିଶନଙ୍କ ପକ୍ଷରୁ ହୋଇଥିବା ନୋଟିସ ଆଧାରରେ ବ୍ୟକ୍ତିଗତ ଭାବେ ଶ୍ରୀମତୀ ପଣ୍ଡା ହାଜର ହୋଇଛନ୍ତି । ପୀଡିତା ନାବାଳିକା ମାଙ୍କ ପକ୍ଷରୁ ହୋଇଥିବା ଲିଖିତ ଅଭିଯୋଗ ଓ ଦାଖଲ କରାଯାଇଥିବା ଅଡିଓ କ୍ଲିପ ଆଧାରରେ ଏହି ନୋଟିସ କରାଯାଇଥିଲା ।

ଲକଡାଉନ ସମୟରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଗଷ୍ଟ ୩୦ ତାରିଖରେ ପୀଡିତାଙ୍କ ମା ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା । ଓଟିଭିର ଦୁଇଜଣ କର୍ମଚାରୀ, ୨ ଜଣ ସୁରକ୍ଷା କର୍ମୀ ଓ ୩ଜଣ ପୁଲିସ ଏଥିରେ ସଂପୃକ୍ତ ରହିଥିବା ଅଭିଯୋଗ ହୋଇଥିଲା । ପୁଲିସ ମାମଲାର ତଦନ୍ତ କରୁଛି । ମାମଲାରେ ଓଟିଭିର କିଛି କର୍ମଚାରୀଙ୍କୁ ବି ଜେରା କରାଯାଇଛି ।