କନକ ବ୍ୟୁରୋ : ପରିବା ଚାଷ ଦେଇଛି ପରିଚୟ । ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଚାକିରୀ ପଛରେ ନଗୋଡାଇ ସ୍ୱାବଲମ୍ବୀ ହେବା ସହ ମୋଟା ଅଙ୍କର ରୋଜଗାର କରିପାରୁଛନ୍ତି ଯୁବ ଚାଷୀ । ଭୁବନେଶ୍ୱର ଧଉଳି ପପଞ୍ଚାୟତ ସରଦେଇପୁର ଗାଁର ରବୀନ୍ଦ୍ର ପ୍ରଧାନ । ଉଚ୍ଚ ଶିକ୍ଷିତ ହେବା ସହ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହେଲେ ଉଚ୍ଚ ବେତନର ଚାକିରୀ ଛାଡି ଚାଷ କରିବାକୁ ମନ ବଳାଇଲେ ।

Advertisment

ନିଜର ୪ ଏକର ଜଗା ସହ ୨ ଏକର ଜାଗା ଲିଜରେ ନେଇ ଚାଷ କାମ ଆରମ୍ଭ କରିଥିଲେ । ଆଉ ଏବେ ଜଣେ ସଫଳ ଚାଷୀ ହୋଇପାରିଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ବହୁ ଲୋକଙ୍କୁ ରୋଜଗାରକ୍ଷମ କରାଇପାରିଛନ୍ତି । ବାର୍ଷିକ ୬ରୁ ୭ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ରବୀନ୍ଦ୍ର । ୨୦୧୩ରୁ ଚାକିରୀ ଛାଡି ଚାଷ ଆରମ୍ଭ କରିଥିବା ବେଳେ ଜଣେ ସଫଳ ଚାଷୀ ଭାବେ ନାଁ କରିଛନ୍ତି । ତା ସହ ଅନ୍ୟ ଯୁବପୀଢିଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।