ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଯୁବ ଉଦ୍ୟୋଗପତିଙ୍କୁ ଉତ୍ସାହିତ କରିବାକୁ ଆସନ୍ତାକାଲି ଭୁବନେଶ୍ୱରରେ ଆରମ୍ଭ ହେଉଛି ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମ । ପ୍ରସ୍ତୁତ ହୋଇଗଲାଣି ଭୁବନେଶ୍ୱରର ଜନତା ମଇଦାନ । ଯୋଗ ଦେବେ ଦେଶର ପ୍ରାୟ ୩୦୦ ବଡ ବଡ କମ୍ପାନୀ । ସାମିଲ୍ ହେବେ ପ୍ରାୟ ୧୦୦୦ ଡେଲିଗେଟସ । ଏଥିପାଇଁ ରେଡ୍ କାର୍ପେଟ୍ ବିଛାଇ ସ୍ୱାଗତ କରିଛନ୍ତି ରାଜ୍ୟ ସରକାର । କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ୱିତୀୟ ଦିନ ଯୋଗ ଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ୍ ଜେଟଲୀ ।

Advertisment

ତେବେ କାର୍ଯ୍ୟକ୍ରମରେ ଯୁବପୀଢିଙ୍କୁ ଦିଆଯିବ ଗୁରୁତ୍ୱ । ଷ୍ଟାର୍ଟଅପ୍ ଜରିଆରେ ଉଦ୍ୟୋଗୀ ହେବାର ସ୍ୱପ୍ନ ଦେଖୁଥିବା ଯୁବପିଢୀଙ୍କୁ ଏଠି ଦିଆଯିବ ଗୁରୁମନ୍ତ୍ର । ଏଥିପାଇଁ ଅନେକ ଜଣାଶୁଣା ଷ୍ଟାର୍ଟଅପ୍ ଟାଇକୁନଙ୍କୁ ନିମନ୍ତ୍ରଣ କରିଛି ମେକ୍ ଇନ୍ ଓଡିଶା । କେବଳ ସେତିକି ନୁହେଁ ଜାତୀୟସ୍ତରରେ ନାଁ କମାଇଥିବା ଓଡିଆ ଷ୍ଟାର୍ଟଅପଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ଓଡିଶା ସରକାର । ଏମାନଙ୍କ ମଧ୍ୟରେ ଅଛନ୍ତି ଓୟୋ ରୁମର ମୁଖ୍ୟ ରିତେଶ ଅଗ୍ରୱାଲ୍ ଓ ଅନଲାଇନ୍ ସପିଂ ସାଇଟ୍ ଜିଭାମେର ମୁଖ୍ୟ ରିଚା କର ପ୍ରମୁଖ ।

କାର୍ଯ୍ୟକ୍ରମକୁ ସଫଳ କରିବାକୁ ପୂର୍ବରୁ ଦିଲ୍ଲୀର ସମେତ ଦେଶର ବିଭିନ୍ନ ବଡ ବଡ ସହରରେ ପ୍ରଚାରପ୍ରସାର କରାଯାଇଛି । ଏବେ ଅପେକ୍ଷା ମେକ୍ ଇନ୍ ଓଡିଶାର ସଫଳତାକୁ ।