ଲାଗୁ ହେଲା ଆଦର୍ଶ ଆଚରଣ ବିଧି । ମଉଳି ଗଲା ଆଶା, ଧାରଣାସ୍ଥଳ ଛାଡି ଘରକୁ ଫେରିଲେ ଆନ୍ଦୋଳନ ଚଳାଇଥିବା କର୍ମକର୍ତ୍ତା

834

କନକ ବ୍ୟୁରୋ: ଗତ କିଛି ଦିନ ତଳେ ଗହଳି ଥିଲା ଭୁବନେଶ୍ୱର ମହାତ୍ମା ଗାନ୍ଧୀମାର୍ଗର ଦୃଶ୍ୟ । ସରକାର ବିରୋଧୀ ନାରାବାଜିରେ ଉଠୁଥିଲା ପଡୁଥିଲା ଧାରଣ।। ସ୍ଥଳ । ହେଲେ ନିର୍ବାଚନ ଆଚରଣ ବିଧି ଲାଗୁହେଲା ପରେ ଶୁନଶାନ୍ ହୋଇଗଲାଣି ଭୁବନେଶ୍ୱର ଗାନ୍ଧୀମାର୍ଗ । ଅନେକ ଅନୁଷ୍ଠାନ ଘରକୁ ଫେରି ସାରିଥିବାବେଳେ କିଛି ଅନୁଷ୍ଠାନ ଘରକୁ ବାହୁଡିବା ପାଇଁ ହେଉଛନ୍ତି ପ୍ରସ୍ତୁତ ।

  • ଖାଁ ଖାଁ ମହାତ୍ମା ଗାନ୍ଧୀ ମାର୍ଗ
  • ଘର ବାହୁଡା ହେଲେ ଆନ୍ଦୋଳନକାରୀ

ଭୁବନେଶ୍ୱର ମହାତ୍ମା ଗାନ୍ଧୀମାର୍ଗରେ ୪୯୭ ଦିନ ଧରି ଆନ୍ଦୋଳନରେ ବସିଥିବା ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଅସନ୍ତୁଷ୍ଟ ହୋଇ ଘରକୁ ଫେରିଛନ୍ତି । ରାଜ୍ୟର ବିିଭିନ୍ନ ଅନୁଦାନ ଏବଂ ଅଣ ଅନୁଦାନ ମହାବିଦ୍ୟାଳୟରେ ୨୦୦୮ ମସିହାରୁ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ଅନୁଦାନ ପରିସରଭୁକ୍ତ କରନ୍ତୁ ବୋଲି ଦାବି କରିଆସୁଥିଲା ସଂଘ । କିନ୍ତୁ ସଂଘର ଦାବି ଶୁଣିଲେନି ସରକାର । ଶେଷରେ ନିରାଶ ହୋଇ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା ।

ଆଚରଣ ବିଧି ଲାଗିବା ସତ୍ତେ୍ୱ ଏବେ ବି କିଛି ବ୍ୟକ୍ତି ଧାରଣାସ୍ଥଳରେ ବସିଛନ୍ତି । ଅନୁଗୁୁୁଳ ଜିଲ୍ଲାର ନାଣ୍ଡିଛୋଡ ଗାଁର ଜମିକୁ ନାଲକୋ କମ୍ପାନୀ କିଣିଥିବାବେଳେ ସ୍ଥାନୀୟଲୋକଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦାବିପୂରଣ ନହେଲେ ଧାରଣାସ୍ଥଳରେ ଏଭଳି ବସିଥିବେ ବୋଲି କହିଛନ୍ତି । ଅନ୍ୟପଟେ ଶିକ୍ଷା ସହାୟକରେ ନିଯୁକ୍ତି ପାଇଁ ଯୋଗ୍ୟ ଥିବା ବାମଦେବ ବେହେରା ଚାକିରି ନପାଇ ଗତ ୫ ମାସ ହେବ ଧାରଣାରେ ବସିଛନ୍ତି । ପ୍ରଶାସନିକ ସ୍ତରରେ ଅବହେଳା ହୋଇଥିବାରୁ ଚାକିରି ପାଇବାରୁ ବଞ୍ଚିତ ହୋଇଥିବା କହିଛନ୍ତି ବାମଦେବ ।

ଭୁବନେଶ୍ୱର ମାହାତ୍ମା ଗାନ୍ଧୀ ମାର୍ଗରେ ଧାରଣା ହେଲେ ଜମେ ଉଠା ଦୋକାନୀଙ୍କ ଭିଡ । ଭଲ ଦି ପଇସା ରୋଜଗାର ହୁଏ । କିନ୍ତୁ ଆନ୍ଦୋଳନକାରୀ ନଥିବାରୁ ଉଠା ଦୋକାନୀଙ୍କର ଦେଖାନାହିଁ । ଧାରଣା ସ୍ଥଳ ଖାଁ ଖାଁ ।