ନୟାପଲ୍ଲୀର ତଂଟିକଟା ଅଭିଯୁକ୍ତ ଗିରଫ : ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୁଲିସ

Advertisment
ନୟାପଲ୍ଲୀର ତଂଟିକଟା ଅଭିଯୁକ୍ତ ଗିରଫ : ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୁଲିସ

କନକ ବ୍ୟୁରୋ : ଗିରଫ ହୋଇଛି ରାଜଧାନୀର ତଂଟିକଟା ଅଭିଯୁକ୍ତ । ସକାଳ ପ୍ରାୟ ସାଢେ ୬ଟା ବେଳେ ରାଜଧାନୀ ରାଜରାସ୍ତା ଉପରେ ମହିଳାଙ୍କ ତଂଟି କାଟି ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି । କମିଶନରେଟ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ନୟାପଲ୍ଲୀ ଅଂଚଳରେ ମହିଳା ଜଣଙ୍କ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଅଭିଯୁକ୍ତ ତାଙ୍କ ଠାରୁ ମୋବାଇଲ୍ ଛଡାଇବାକୁ ଉଦ୍ୟମ କରିଥିଲା । ସେଥିରେ ବିଫଳ ହେବା ପରେ ସେ ମହିଳାଙ୍କ ତଂଟି କାଟି ଫେରାର ହୋଇଯାଇଥିଲା । ଗତ ସୋମବାର ଦିନ ଏହି ଘଟଣା ଘଟିଥିଲା ।

ମିଳିଥିବା ସୂଚନା ଅନୁସାରେ, ଆକ୍ରମଣର ଶିକାର ମହିଳା ଜଣଙ୍କ ହେଲେ ଏନ-୩ ଅଞ୍ଚଳର। ସେ ପରିବାର ସହ ଏଠାରେ ରହନ୍ତି । ସୋମବାର ସକାଳ ପ୍ରାୟ ସାଢେ଼ ୬ଟାବେଳେ ସିଆରପିଏଫ କ୍ୟାମ୍ପସ ଆଡୁ ସିଆରପି ଛକ ଆଡକୁ ଚାଲି ଚାଲି ଆସୁଥିଲେ। ସିଆର୍‌ପି ଛକ ପାଖରୁ ଅଳ୍ପ ଦୂରରେ ଥିବା ୟୁନିକ ଗାଙ୍ଗୁରାମ ପାଖରେ ଜଣେ ଲୁଟେରା ପଛରୁ ଆସି ତାଙ୍କ ମୋବାଇଲ ଛଡ଼ାଇନେବା ପାଇଁ ଉଦ୍ୟମ କରିଥିଲା । ମହିଳା ଜଣକ ହଠାତ୍ କିଛି ବୁଝି ପାରି ନ ଥିଲେ ।

ତେବେ ସେ ଲୁଟେରାକୁ ବାଧା ଦେବାରୁ ଲୁଟେରା ଏକ ଧାରୁଆ ଛୁରିରେ ଆକ୍ରମଣ କରିଥିଲା । ଫଳରେ ତାଙ୍କ ଗଳା କଟି ଯାଇ ପ୍ରବଳ ରକ୍ତ ବାହାରିଥିଲା। ଆକ୍ରମଣ କରିବା ପରେ ଲୁଟେରା କିଛି ବାଟ ଦୌଡ଼ି ପଳାଇଥିଲା। କିନ୍ତୁ ପୁଣି ସେ ତାଙ୍କ ଆଡ଼କୁ ଆକ୍ରମଣ ମୁଦ୍ରାରେ ମାଡ଼ି ଆସୁଥିବା ଦେଖି ମହିଳା ଜଣକ ଚିତ୍କାର କରିଥିଲେ । ଏହା ପରେ ଲୁଟେରା ଅନ୍ୟ ସହଯୋଗୀଙ୍କ ସହ ବାଇକ୍‌ରେ ବସି ଫେରାର ହୋଇ ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe