କନକ ବ୍ୟୁରୋ : ଘର ଭଡ଼ା ଖୋଜିବା ବାହାନାରେ ବୃଦ୍ଧାଙ୍କ ଠାରୁ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ । ଭୁବନେଶ୍ୱର ପ୍ରଶାନ୍ତି ବିହାର ଅଂଚଳରେ ବୃଦ୍ଧ ଜଣଙ୍କ ଏକୁଟିଆ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚେନ୍ ଲୁଟି ନେଇଛନ୍ତି । ସେମାନେ ନିଜକୁ ସ୍ଥାନୀୟ ଅଂଚଳର ଏକ କଲେଜ ଛାତ୍ର ବୋଲି ପରିଚୟ ଦେଇ ମହିଳାଙ୍କ ଘରକୁ ଭଡ଼ା ନେବା ପାଇଁ ଦେଖିବାକୁ ଯାଇଥିଲେ । ସେଠାରେ
କିଛି ସମୟ ଘର ବୁଲି ଦେଖିବା ପରେ ମାସକ ଭଡ଼ା ପାଇଁ ମୁଲଚାଲ କରିଥିଲେ । ପରେ ମହିଳା ଜଣଙ୍କ ଘରେ ଏକୁଟିଆ ଥିବା ଜାଣିପାରି ତାଙ୍କ ବେକରୁ ସୁନା ଚେନ ଲୁଟ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏହି ଘଟଣା ପରେ ମହିଳା ଜଣଙ୍କ ନିକଟ ଥାନାରେ ଅଭିଯୋଗ ଦେବା ପରେ ପୁଲିସ ଆଖପାଖ ଅଂଚଳର ସିସିଟିଭି ଫୁଟେଜ୍ ଗୁଡ଼ିକୁ ତଦନ୍ତ କରୁଛି । କିନ୍ତୁ ସେମାନଙ୍କ ଚେହେରା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେମାନେ ଅଣ ଓଡ଼ିଆ ବୋଲି ଅନୁମାନ କରାଯାଉଛି । ପୋଲିସ ସେମାନଙ୍କ ପରିଚୟ ଜାଣିବା ପାଇଁ ତଦନ୍ତ ଚଳାଇଥିବା ପ୍ରକାଶ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/28-19.jpg)