କନକ ବ୍ୟୁରୋ : ରାଜଧାନୀରେ କରୋନା ପାଇଁ ଜାରି ରହିଛି ତାଲାବନ୍ଦ । ଏହାରି ଭିତରେ ହାଟକୁ ନେଇ ଏକ ବଡ ନିଷ୍ପତି ନିଆଯାଇଛି । ଭୁବନେଶ୍ୱରର ସବୁଠାରୁ ବ୍ୟସ୍ତବହୁଳ ହାଟ ୟୁନିଟ୍ ୧ ହାଟକୁ ରାଜମହଲ ଛକ ଏବଂ ୟୁନିଟ୍ ୧ ହାଇସ୍କୁଲ୍ ପଡିଆକୁ ଉଠାଇ ଦିଆଯାଇଛି । ଏବେ ୟୁନିଟ୍ ୧ ହାଟର କିଛି ବ୍ୟବସାୟୀ ରାଜମହଲ ଛକରେ ବସିବେ । ଆଉ କିଛି ବ୍ୟବସାୟୀ ୟୁନିଟ୍ ୧ ହାଇସ୍କୁଲ ପଡିଆରେ ବସିବେ । ଜଣେ ବ୍ୟବସାୟୀଙ୍କ ଠାରୁ ଆଉ ଜଣେ ବ୍ୟବସାୟୀଙ୍କ ମଧ୍ୟରେ ୨୫ ମିଟର ଦୂରତା ରହିବ । ଏହା ଜରିଆରେ ଭିଡ କମ୍ ହେବ ।
ହାଟରେ ସାମାଜିକ ଦୂରତା ରକ୍ଷା ବି ସହଜ ହେବ । ଏପରି ନିଷ୍ପତି ନେଇଛି ଭୂବନେଶ୍ୱର ମହାନଗର ନିଗମ । ୟୁନିଟ-୧ ହାଟକୁ ସାମୟିକ ଭାବେ ସ୍ଥାନାନ୍ତର କରାଯାଇଛି । ଆସନ୍ତା ୪୫ ଦିନ ପାଇଁ ଏହି ଦୁଇ ସ୍ଥାନରେ ଚାଲିବ ହାଟ । ପନିପରିବା ବଜାରରେ ସାମାଜିକ ଦୂରତ୍ୱ ବଜାୟ ରକ୍ଷା ହୋଇପାରୁନଥିବାରୁ ଏହାକୁ ନେଇ ଆଗକୁ ଚିନ୍ତା କରୁଛି ଭୁବନେଶ୍ୱର ମହାନଗର ନିଗମ । ରାଜଧାନୀ ଭୂବନେଶ୍ୱର ଭିତରେ ଯେତେ ସବୁ ବଜାର ରହିଛି ସେସବୁର ବିକେନ୍ଦ୍ରୀକରଣ କରିବାକୁ ଚିନ୍ତା କରୁଛି ବିଏମସି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/5-15.jpg)