କନକ ବ୍ୟୁରୋ : ପହଣ୍ଡି ବେଳେ ବଡ଼ ଠାକୁର ଖସିପଡିବା ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । କିଏ ସେବାୟତଙ୍କ ଏଥିପାଇଁ ଦାୟୀ କରୁଛି ତ କିଏ ମନ୍ଦିର ପ୍ରଶାସନ ଉପରେ ଦୋଷାରୋପ କରୁଛି । ଏହାରି ଭିତରେ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ନାମରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଏତଲା ଦିଆଯାଇଛି । ଏହାସହ ବଡ଼ ଠାକୁରଙ୍କୁ ପକାଇ ଦେବା ଘଟଣାରେ ଓକିଲ ସଂଘ ଉଦବେଗ ପ୍ରକାଶ କରିଛି । ଏହାସହ ଓକିଲ ସଂଘ ତରଫରୁ ମୁଖ୍ୟ ପ୍ରଶାସକଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଛି । ଓକିଲ ସଂଘ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି କି, ମୁଖ୍ୟ ପ୍ରଶାସକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।
ପହଣ୍ଡି ବେଳେ ଅଘଟଣକୁ ନେଇ ତେଜୁଛି ବିବାଦ । ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାମରେ ଏତଲା ଦେଲା ଓକିଲ ସଂଘ
/kanak/media/post_attachments/wp-content/uploads/2024/07/Screen-Shot-2024-07-09-at-9.15.26-PM-2.png)