କନକ ବ୍ୟୁରୋ : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଆଜି ଭୁବନେଶ୍ୱର କୋର୍ଟରେ ହେବ ଜାମିନ ଆବେଦନ । ଆସନ୍ତା ସୋମବାର ଜାମିନ ଆବେଦନର ଶୁଣାଣି ହୋଇପାରେ । ଅର୍ଚ୍ଚନାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଦେବାଶିଷ ମହାପାତ୍ର ଓ ସବ୍ୟସାଚ୍ଚୀ ସୂତାର ଏନେଇ ସୂଚନା ଦେଇଛନ୍ତି । ଅର୍ଚ୍ଚନାଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ କୋର୍ଟଙ୍କୁ ଅଣାଯାଇନପାରେ । ଝାରପଡ଼ା ଜେଲରୁ ହିଁ ଭିଡିଓ କନଫରେନ୍ସିଂ ଜରିଆରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଉପସ୍ଥିତ ହେବେ ।

Advertisment

ଏହା ପରେ ଜାମିନ୍ ଆବେଦନକୁ ନେଇ ଶୁଣାଣି କରାଯିବ । ଅର୍ଚ୍ଚନାଙ୍କ ବିରୋଧରେ ଲାଗିଥିବା ଦଫା ସେତେଟା ସଙ୍ଗୀନ ନଥିବାରୁ ଜାମିନ୍ ମିଳିପାରେ ସେତେଟା ସମସ୍ୟା ହେବନି ବୋଲି ଆଇନଜୀବୀଙ୍କ ପକ୍ଷରୁ କୁହାଯାଇଛି । ସେପଟେ ଅନେକ ନେତା ଓ ମନ୍ତ୍ରୀଙ୍କ ସନ୍ଦିଗ୍ଧ ସମ୍ପୃକ୍ତି ମାମଲାକୁ ଆହୁରି ରହସ୍ୟମୟ କରଛି । ସବୁ ଦଳର ନେତା ଓ ବିଧାୟକଙ୍କ ସହ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଫଟୋ ଭାଇରାଲ ହେବା ପରେ କେତେ ଜଣ ନେତା ତାଙ୍କ ସହ ଲିଙ୍କରେ ଥିଲେ, ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଆଗକୁ କାହା ନାଁ ସାମ୍ନାକୁ ଆସିବ, ଏନେଇ ନେତାଙ୍କ ମନରେ ଛନକା ପଶିଛି ।