ପଦାକୁ ଆସିଲା ରାଜଧାନୀରେ ଯୁବକଙ୍କୁ ଅପହରଣ ଘଟଣାର ସତ : ଜାଣନ୍ତୁ କଣ ରହିଛି ପୁରା ଘଟଣା

2,601

କନକ ବ୍ୟୁରୋ : ଗତକାଲି ସଂଧ୍ୟାରେ ରାଜଧାନୀର ଡେଲଟା ଅଂଚଳରୁ ଜଣେ ଯୁବକଙ୍କୁ ଅପହରଣ ଖବର ନେଇ ମୁହଁ ଖୋଲିଛି ନିଶା ମୁକ୍ତ କେନ୍ଦ୍ର ଜାଗୃତି ଫାଉଣ୍ଡେସନ । ଅପହରଣ କରାଯାଇଥିବା ଯୁବକଙ୍କ ନାଁ ଲିପୁ ନାୟକ ବୋଲି କୁହାଯାଇଛି । ସେ ବ୍ରାଉନସୁଗାର ନେଉଥିଲେ । ତେଣୁ ନିଶା ନିବାରଣ ପାଇଁ ଦୀର୍ଘ ଦିନ ଧରି ଜାଗୃତି ଫାଉଣ୍ଡେସନରେ ରହି ଚିକିତ୍ସିତ ହେଉଥିଲେ । ଗତ ଫେବ୍ରୁଆରୀ ମାସରୁ ସେ ଫେରାର ହୋଇ ଯାଇଥିଲେ ।

ଗତକାଲି ତାଙ୍କ ସମ୍ପର୍କରେ ଖବର ମିଳିବା ପରେ, ରାଜଧାନୀର ଡେଲଟା ଅଂଚଳରୁ ତାଙ୍କୁ ଉଦ୍ଧାର କରାଯାଇଥିବା ନେଇ, ନିଶାମୁକ୍ତ କେନ୍ଦ୍ର ଜାଗୃତି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ଗତକାଲି ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଅପହରଣ ଖବରକୁ ଖଣ୍ଡନ କରିଥିଲେ ସିପି । ନିଶାମୁକ୍ତ କେନ୍ଦ୍ରରୁ ଖସି ଆସିଥିବା ଯୁବକଙ୍କୁ କାବୁ କରି କାରରେ ନିଆଯାଇଥିବା ବେଳେ, ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ ହୋଇଥିଲା ।