କନକ ବ୍ୟୁରୋ : ଭୁବନେଶ୍ୱରରେ ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ ଘଟଣାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ । ୪ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ବିଭିନ୍ନ ଅପରାଧିକ ମାମଲା ନେଇ ପଚରାଉଚରା କରିବ ପୋଲିସ । ଏହା ସହ ଆଜି ଅଭିଯୁକ୍ତଙ୍କର ଡିଆଇ ପରେଡ୍ କରାଯାଇପାରେ । ୪ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ ଅପହରଣର ଶିକାର ହୋଇଥିବା ଯୁବକ ଇସାନ ଅଗ୍ରୱାଲ । ଏହି ଘଟଣାରେ ଏବେ ବି ୨ ଅଭିଯୁକ୍ତ ଫେରାର ଅଛନ୍ତି ।
ରାଜଧାନୀରେ ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ ଘଟଣା । ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ
/kanak/media/post_attachments/wp-content/uploads/2022/02/19-13.jpg)