ରାଜଧାନୀରେ କଙ୍ଗାରୁ କୋର୍ଟ : ସାଲିଆ ସାହିରୁ ତିନି ଲେଡିଡନଙ୍କୁ ଗିରଫ କଲା ନୟାପଲ୍ଲୀ ପୁଲିସ

ଦୁଇ ନାବାଳକଙ୍କୁ ଆଣ୍ଠେଇବା ସହ ସର୍ବସାଧାରଣରେ କରାଇଥିଲେ ଉଠବସ; ନେଇଥିଲେ ୫ ହଜାର ଟଙ୍କା ଜରିମାନା

296

କନକ ବ୍ୟୁରୋ : ରାଜଧାନୀରେ କଙ୍ଗାରୁ କୋର୍ଟ । ସାଲିଆ ସାହିରୁ ତିନି ମହିଳାଙ୍କୁ ନୟାପଲ୍ଲୀ ପୁଲିସ ଗିରଫ କରିଛି । ତିନି ମହିଳା ହେଲେ ସରୋଜିନି ସାହୁ, ଅନିତା ନାୟକ ଏବଂ କବିତା ଭୂୟାଁ । ଦୁଇ ନାବାଳକଙ୍କୁ ଆଣ୍ଠେଇବା, ସର୍ବସାଧାରଣରେ ଉଠବସ କରାଇବା ସହିତ ୫ ହଜାର ଟଙ୍କା ଜୋରିମାନା କରିଥିଲେ ଏହି ତିନି ମହିଳା । ଛୋଟ ଛୋଟ ଛୁଆଙ୍କ ମଧ୍ୟରେ ଝଗଡା ହେଲେ ଏମାନେ ମିଟିଂ କରୁଥିଲେ । ଆଉ ଦୋଷୀ କିଏ ଚିହ୍ନଟ କରି ଜୋରିମାନା ଲଗାଉଥିଲେ ଏହି ଲେଡି ଡନ୍ । ଏମିତିକି ଜୋରିମାନା ନଦେଲେ ଉକ୍ତ ପରିବାରକୁ ଏକ ଘରିକିଆ ମଧ୍ୟ କରି ଦେଉଥିବା ଅଭିଯୋଗ ରହିଛି ।

ସୂଚନାନୁସାରେ, ଏମାନେ ସାଲିଆ ସାହି ଅଞ୍ଚଳରେ ବହୁ ଦିନ ହେବ ଆତଙ୍କ ମଚାଉ ଥିବା ସୂଚନା । ଏହି ତିନି ଜଣ ମହିଳା ଥିଲେ କଙ୍ଗାରୁକୋର୍ଟର ଲେଡି ଡନ୍ । ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଝଗଡାକୁ ନେଇ ଏହି ତିନି ଲେଡି ଡ଼ନ ମିଟିଂ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଦୋଷୀ ସାବ୍ୟସ୍ଥ କରି ଜବରଦସ୍ତ ଉକ୍ତ ପରିବାରକୁ ୫ ହଜାର ଟଙ୍କା ଜରିମାନା କରିଥିଲେ । ଜରିମାନା ଟଙ୍କା ନେଦେଲେ ଉକ୍ତ ପରିବାରକୁ ଧମକ ଦେଇଥିଲେ କି ଏକ ଘରିଆ କରିବା ପାଇଁ । ପାଣି ଓ କରେଣ୍ଟ କାଟିଦେବା ପାଇଁ ଧମକ ଦେଇଥିଲେ ।