କନକ ବ୍ୟୁରୋ: ଦେଶର ସବୁଠୁ ଉତ୍ତପ୍ତ ସହର ରାଜଧାନୀ ଭୁବନେଶ୍ୱର । ଲଗାତାର ଭାବେ ଦ୍ୱିତୀୟ ଦିନରେ ଦେଶର ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ଆଜି ବି ଏଠାରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି । ଯାହା ଗତ ୧୦ ବର୍ଷରେ ତୃତୀୟ ସର୍ବାଧିକ ବୋଲି କୁହାଯାଉଛି । ତେବେ ଆସନ୍ତା ୫ ଦିନ ଯାଏଁ ସ୍ୱାଭାବିକ ତାପମାତ୍ରା ଠାରୁ ଅଧିକ ୩ ରୁ ୪ ଡିଗ୍ରୀ ଉପରେ ପାରଦ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଓଡିଶା ସମେତ ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ରରେ ବି ତାତି ବଢିଲାଣି । ଓଡିଶାର ରାଜଧାନୀ ଭୁବନେଶ୍ୱର ସମେତ ଟିଟିଲାଗଡ, ସମ୍ବଲପୁରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଲାଣି । ୨୦୧୧ରୁ ୪ ଥର ପାଇଁ ଫେବୃଆରୀ ମାସରେ ତାପମାତ୍ରା ୩୮ ଡିଗ୍ରୀ ସେଲସିଅସ୍ ଥିଲା । ୨୦୧୬ ଫେବୃଆରୀ ୨୦ ତାରିଖରେ ସର୍ବାଧିକ ୪୦ ଦଶମିକ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/21-23.jpg)