ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ଭୁବନେଶ୍ୱର । ଆଜି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ 

113

କନକ ବ୍ୟୁରୋ: ଆଜି ଭୁବନେଶ୍ୱର ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ୱରରେ ଆଜି ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ସାରା ବିଶ୍ୱର ସର୍ବାଧିକ ତାପମାତ୍ରା । ଲଗାତାର ଦ୍ୱିତୀୟ ଦିନ ପାଇଁ ଓଡିଶାର ସହର ବିଶ୍ୱର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ଅର୍ଥାକ କହିବାକୁ ଗଲେ ଏବେ ଓଡିଶା ବିଶ୍ୱର ସର୍ବାଧିକ ଉତ୍ତପ୍ତ ସ୍ଥାନ ।

ବିଶ୍ୱର ସର୍ବାଧିକ ଉତ୍ତପ୍ତ ସ୍ଥାନ ଭିତରେ ଭୁବନେଶ୍ୱର ପ୍ରଥମ ଥିବା ବେଳେ ବାରିପଦା ଦ୍ୱିତୀୟରେ ରହିଛି । ସେହିପରି ପଞ୍ଚମ ସ୍ଥାନରେ ରହିଛି ବାଲେଶ୍ୱର । କାଲି ବାରିପଦା ବିଶ୍ୱର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ବାରିପଦାର ତାପମାତ୍ରା କାଲି ୪୪.୬ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ରାଜ୍ୟରେ ଗତ କିଛିଦିନ ହେବ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରାରେ ସିଝୁଛି ଓଡିଶା । ଆଉ କଲବଲ ହେଉଛନ୍ତି ଲୋକେ । ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୱାର୍ଣ୍ଣି ମଧ୍ୟ ଜାରି କରାଯାଇଛି ।