ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ ।

183

କନକ ବ୍ୟୁରୋ: ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ । ୪୦ ଡିଗ୍ରୀ ଉପରେ ରାଜ୍ୟର ୧୮ଟି ସହରର ତାପମାତ୍ରା । ଗତ ତିନି ଚାରି ଦିନ ହେବ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏନେଇ କିଛି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।

୪୦ ଡିଗ୍ରୀ ତାପମାତ୍ରା ଉପରେ ରହିଥିବା ସହର ଗୁଡିକ ହେଲା ବାରିପଦା ୪୩.୬, ବାଲେଶ୍ୱର ୪୩, କଟକ ୪୨.୬, ତାଳଚେର ୪୨.୫, ବୌଦ୍ଧ ୪୨, ଅନୁଗୁଳ ୪୧.୭, ବଲାଙ୍ଗିର ୪୧.୫, ଭବାନୀପାଟଣା ୪୧.୫, ନୟାଗଡ ଓ ଟିଟଲାଗଡ ୪୧.୨, ସୋନପୁର ଓ ସମ୍ବଲପୁର ୪୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଗତକାଲି ବାରିପଦା ବିଶ୍ୱର ଅଧିକ ଉତ୍ତପ୍ତ ସହର ଥିଲା । ବାରିପଦାର ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ତେବେ ଏହି ଗ୍ରୀଷ୍ମ ପ୍ରବାହ ଆହୁରି ଦୁଇଦିନ ରହିବ ବୋଲି କୁହାଯାଇଛି ।