ରାଜ୍ୟରେ ଅସହ୍ୟ ହେଲାଣି ତାତି: ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର

486

କନକ ବ୍ୟୁରୋ: ଅସହ୍ୟ ତାତିରେ କଲବଲ ସାରା ଓଡ଼ିଶା । ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତପ୍ତ ସହର ପାଲଟିଛି । ରାଜଧାନୀର ତାପମାତ୍ରା ୪୧ ଦଶମିକ ୨ ଡିଗ୍ରର ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲି ଓ ଝାରୁସୁଗୁଡ଼ାର ତାପମାତ୍ରା ମଧ୍ୟ ୪୧ ଡିଗ୍ରୀ ଉପରେ ରହିଛି । ଚାନ୍ଦବାଲିରେ ୪୧ ଦଶମିକ ୧ ଡିଗ୍ରୀ ଏବଂ ଝାରସୁଗୁଡ଼ାରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବାଲେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୩୯.୫ ଡିଗ୍ରୀ, ସମ୍ବଲପୁରରେ ୩୯.୪ ଡିଗ୍ରୀ, ରାଉରକେଲାରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଏଭଳି ତାପମାତ୍ରା ଜାରି ରହିବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।