ଜଳୁଛି ରାଜଧାନୀ । ଭୁବନେଶ୍ୱରରେ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ, ଶନିବାର ଦେଶରେ ସର୍ବୋଚ୍ଚ ତତଲା ସହର ହେଲା ଭୁବନେଶ୍ୱର ।

Advertisment
ଆଜି ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ ।

କନକ ବ୍ୟୁରୋ : ପୁଣି ଦେଶର ତତଲା ସହର ସାଜିଲା ରାଜଧାନୀ ଭୁବନେଶ୍ୱର । ଗତକାଲି ପୁଣି ଥରେ ସହରର ତାପମାତ୍ରା ରେକର୍ଡ ଛୁଇଁଛି । ଶନିବାର ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୦ ଦଶମିକ ୪ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି । ଏହା ଦେଶର ସବୁଠାରୁ ଅଧିକ ତାପମାତ୍ରା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ କ୍ରମାଗତ ଭାବେ ତିନି ଦିନ ଧରି ଦେଶର ତତଲା ସହର ସାଜିଥିଲା ଭୁବନେଶ୍ୱର । ଏହା ପରେ କିଛି ଦିନ ତାତି ସାମାନ୍ୟ କମିଥିଲା । କିନ୍ତୁ ଗତକାଲି ପୁଣି ଥରେ ତାତି ବଢିଛି । ଏହି ଗ୍ରୀଷ୍ମ ପ୍ରବାହ ଆସନ୍ତା ୪-୫ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତକାଲିର ତଥ୍ୟ ଅନୁସାରେ ଭୁବନେଶ୍ୱର ପଛକୁ ରହିଥିଲା ତାଳଚେର, ମାଲକାନଗିରି ଓ ଅନୁଗୁଳ । ତେବେ ଆଗକୁ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ହେବ ବୋଲି ଆକଳନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe