କନକ ବ୍ୟୁରୋ: କଳିଙ୍ଗ ଷ୍ଟାଡ଼ିୟମରେ ଧୁମଧାମରେ ପାଳନ ହେଲା ହକି ବିଶ୍ୱକପ୍ ବର୍ଷକ ପୂର୍ତ୍ତି ଉତ୍ସବ । ଆଉ ଏହି ଅବସରରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବା ସହ ଭୁବନେଶ୍ୱରକୁ ପୁଣି ଥରେ ଭାରତର ସ୍ପୋର୍ଟ୍ସ ରାଜଧାନୀ ବୋଲି ବିବେଚନା କରିଛନ୍ତି ଏଫଆଇଏଚ୍ ସଭାପତି ନରିନ୍ଦର ବାତ୍ରା । ଏହି ଅବସରରେ ଅନ୍ତର୍ଜାତୀୟ ହକି ଫେଡେରେସନର ସଭାପତି ନରିନ୍ଦର ବାତ୍ରା କହିଛନ୍ତି, ହକି ପାଇଁ ଓଡ଼ିଶା ବିକାଶମୂଳକ କାମ କରୁଛି । ଭୁବନେଶ୍ୱର ଏବେ ଭାରତର କ୍ରୀଡ଼ାର ରାଜଧାନୀ ପାଲଟିଛି ।
Panposh Hostel of Rourkela is the nerve center of hockey. Hosting of #OdishaHockeyWorldCup2023 matches in Rourkela will be befitting tribute to the contribution of Sundergarh to Indian hockey. It will put Rourkela in global map and promote hockey in big way in hockey heartland. pic.twitter.com/BO8r9LrdpX
— Naveen Patnaik (@Naveen_Odisha) November 27, 2019
ସବୁଠାରୁ ବଡ଼କଥା ହେଲା କି, ଆମେ ଏଠାରେ ୨୦୧୮ ହକି ବିଶ୍ୱକପ ଆୟୋଜନ କରି ଅଦ୍ଭୁତ ସଫଳତା ପାଇଛୁ । ଏହା ବିଶ୍ୱସ୍ତରରେ ଆଦରଣୀୟ ହୋଇପାରିଛି । ମୁଁ ଯଦିଓ ପଂଜାବୀ ତଥାପି ଓଡ଼ିଆରେ କହିବାକୁ ଚାହୁଁଛି । ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଋଣୀ । ହକି ବିଶ୍ୱକପ୍ ହେଉ କିମ୍ବା ଭାଇଚାରା ଓଡ଼ିଶାବାସୀ ଯେଉଁ ଭଲ ପାଇବା ଦେଇଛନ୍ତି, ସେଥିପାଇଁ ଆମେ ଋଣୀ ବୋଲି କହିଛନ୍ତି ନରିନ୍ଦର ।