ଦିଲ୍ଲୀରେ କମିଲା କରୋନା, ଭୁବନେଶ୍ୱରରେ ଏବେ ବି ଉପରମୁହାଁ । ସକ୍ରିୟ ମାମଲା ଦୃଷ୍ଟିରୁ ରେଡ୍ ଜୋନରେ ଖୋର୍ଦ୍ଧା ଜିଲ୍ଲା, ଟ୍ୱିନସିଟିରେ ହଟିନପାରେ ସମ୍ପୂର୍ଣ୍ଣ କଟକଣା ।

84

କନକ ବ୍ୟୁରୋ : ଦିଲ୍ଲୀରେ କମୁଛି କରୋନା , କିନ୍ତୁ ଭୁବନେଶ୍ୱରରେ ସ୍ଥିତି ଏବେ ସଙ୍ଗୀନ ରହିଛି । ସକ୍ରିୟ ମାମଲା ଦୃଷ୍ଟ୍ିରୁ ଏବେ ବି ରେଡ ଜୋନରେ ରହିଛି ଖୋର୍ଦ୍ଧା ଜିଲ୍ଲା । ସବୁଠୁ ଚିନ୍ତାଜନକ କଥା ହେଉଛି ଭୁବନେଶ୍ୱର ମହାନଗର ନିଗମରେ କରୋନା ସଂକ୍ରମଣ ଯେପରି କମିବା କଥା କମୁନାହିଁ । ସମଗ୍ର ଦିଲ୍ଲୀରେ ୫୭୦ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ କେବଳ ଭୁବନେଶ୍ୱରରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬୫, ଯାହା ଚିନ୍ତା ବଢାଇଦେଇଛି ।

ଓଡ଼ିଶାର କରୋନା ମ୍ୟାପ । ସକ୍ରିୟ ମାମଲା ଦୃଷ୍ଟିରୁ ରେଡ୍ ଜୋନରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଏବେ ବି ଏହି ଜିଲ୍ଲାରେ ୪,୫୦୯ ଆକ୍ରାନ୍ତ କରୋନାରୁ ମୁକ୍ତ ହୋଇନାହାନ୍ତି । କଟକ ଜିଲ୍ଲାରେ ମଧ୍ୟ ୨,୧୯୩ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଯାଜପୁର ଓ ବାଲେଶ୍ୱରରେ ମଧ୍ୟ ୧ ହଜାର ଉପରେ ସକ୍ରିୟ ମାମଲା ରହିଛି । ତେବେ ସବୁଠୁ ଚିନ୍ତାଜନକ କଥା ହେଉଛି ଭୁବନେଶ୍ୱର ମହାନଗର ନିଗମରେ କରୋନା ସଂକ୍ରମଣ ଯେପରି କମିବା କଥା କମୁନାହିଁ । ସମଗ୍ର ଦିଲ୍ଲୀରେ ୫୭୦ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ କେବଳ ଭୁବନେଶ୍ୱରରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬୫ ।

ଭୁବନେଶ୍ୱରକୁ ରାଜ୍ୟର କୋଣ ଅନୁକୋଣରୁ ଲୋକ ଆସୁଥିବାରୁ ସଂକ୍ରମଣ ଅନ୍ୟ ସହର ଅପେକ୍ଷା ଅଧିକ ରହୁଥିବା କହିଛନ୍ତି ବିଶେଷଜ୍ଞ । କିନ୍ତୁ ଦିଲ୍ଲୀର ଲୋକସଂଖ୍ୟା ଭୁବନେଶ୍ୱର ଠାରୁ ବହୁ ଅଧିକ । ଦିଲ୍ଲୀରେ ମଲ ଠାରୁ ସିନେମା ହଲ ପର୍ଯ୍ୟନ୍ତ ଅନେକ କଟକଣା କୋହଳ ହୋଇଛି । ତଥାପି ନିୟନ୍ତ୍ରଣରେ ରହିଛି କରୋନା ।

ଦିଲ୍ଲୀ ଅପେକ୍ଷା ଭୁବନେଶ୍ୱରରେ କରୋନା କଟକଣା ଅଧିକ, ଲୋକସଂଖ୍ୟା କମ୍ । ହେଲେ ସ୍ଥିତିରେ ଯେପରି ସୁଧାର ଆସିବା କଥା ଆସୁନାହିଁ । ଏହି ହିଁ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଦ୍ୱିତୀୟ ଲହରର ପ୍ରଭାବ କମିନଥିବା ବେଳେ ତୃତୀୟ ଲହର ଆଶଙ୍କା ରହିଛି । କଟକ, ଭୁବନେଶ୍ୱରରେ କରୋନା ସ୍ଥିତି ଏବେ ବି ଚିନ୍ତାଜନକ ରହିଛି । ଓଡ଼ିଶାର ଅନ୍ୟପ୍ରାନ୍ତ ଭଳି ଉପକୂଳ ଓଡ଼ିଶାର ସ୍ଥିତିରେ ଦ୍ରୁତ ସୁଧାର ଆସୁନାହିଁ । ଅଗଷ୍ଟ ମାସ ପାଇଁ ସରକାର ଯେତେବେଳେ ଗାଇଡଲାଇନ୍ ଜାରି କରିବେ, ସେତେବେଳେ ହୁଏତ ସଂପୂର୍ଣ୍ଣ ଅନଲକ୍ ଦିଗରେ ଟୁଇନ୍ ସିଟି ବାଧା ସୃଷ୍ଟି କରିପାରେ ।