କନକ ବ୍ୟୁରୋ : ଭୁବନେଶ୍ୱର ଗାଡ଼କଣାରେ ପୂଜା ପାଉଛନ୍ତି ବିସ୍କୁଟ ଗଣେଶ । ମହାଦେବ ୟୁର୍ଥ କ୍ଲବ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ନିଆରା ଢ଼ଙ୍ଗରେ ଗଣେଶ ମୂର୍ତ୍ତି ତିଆରି କରାଯାଇଛି । ଗଣପତିଙ୍କ ୧୦ ଫୁଟ ଉଚ୍ଚତାର ମୂର୍ତ୍ତିକୁ ସମ୍ପୂର୍ଣ୍ଣ ଭାବେ ପାର୍ଲେଜି ଓ ମ୍ୟାରିଗୋଲ୍ଡ ବିସ୍କୁଟରେ ତିଆରି କରାଯାଇଛି ।

Advertisment

ପଶ୍ଚିମବଙ୍ଗର କାରୀଗରମାନେ ପ୍ରାୟ ୬ହଜାର ବିସ୍କୁଟ ପ୍ୟାକେଟ ବ୍ୟବହାର କରି ୨୫ ଦିନରେ ଏହି ବିସ୍କୁଟ ଗଣେଶ ପ୍ରସ୍ତୁତ କରିଛନ୍ତି । ରାସାୟନିକ ରଙ୍ଗ ବ୍ୟବହାର ନକରି ଇକୋ ଫ୍ରେଣ୍ଡଲି, ନେଚର ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ପୂଜା କରି ପରିବେଶ ସୁରକ୍ଷା ବାର୍ତ୍ତା ଦିଆଯାଇଛି ।