ଦିନକ ପରେ ରଜ : କିଣାବିକା ପାଇଁ ବଜାରରେ ଲୋକଙ୍କ ପ୍ରବଳ ଗହଳି । କରୋନା କଟକଣାକୁ ନାହିଁ ଖାତିର । ସାମାଜିକ ଦୂରତାକୁ ଫୁ, ଆଜି ରାତି ୧୦ଟା ଯାଏଁକୋହଳ ହୋଇଛି କର୍ଫ୍ୟୁ

116

କନକ ବ୍ୟୁରୋ :  ଦିନକରେ ପରେ ରଜ । ଆସନ୍ତାକାଲି ଓ ପରଦନି ସଟଡାଉନ ଥିବାରୁ ଆଜି ବଜାରରେ ଲୋକଙ୍କ ପ୍ରବଳ ଭିଡ  ଜମିଛି । କରୋନା କଟକଣା ନମାନି ଲୋକ ବଜାରରେ ଗହଳି ଜମାଇଛନ୍ତି । ସମାଜିକ ଦୂରତାକୁ କେହି ମାନୁନଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ମାର୍କେଟ ବିଲଣ୍ଡିଂରୁ ଆସିଛି ଏଭଳି ଦୃଶ୍ୟ । ଗତକାଲି ମଧ୍ୟ କିଛି ସୋ ରୁମରେ ଭିଡ ଦେଖିବାକୁ ମିଳିଥିଲା । ଯାହାଫଳରେ ଅମ୍ବର ପରି କିଛି ସୋ ରୁମକୁ ସିଲ୍ କରାଯାଇଥିଲା । ତେବେ ମାର୍କେଟ ବିଲଣ୍ଡିଂରେ ପ୍ରବଳ ଗହଳି ପରେ ଏନଫୋର୍ସ ଟିମ ପହଂଚିଛି ।

ସେହିପରି ଭଦ୍ରକ ଚାନ୍ଦବାଲିରୁ ବି ଆସିଛି ସମାନ ଦୃଶ୍ୟ । ବଜାରରେ ଭିଡ ନିୟନ୍ତ୍ରଣ ବାହାରେ ରହିଛି । କାହାରି ମୁହଁରେ ମାସ୍କ ନଥିବା ବେଳେ  ସବୁ ନିୟମକୁ ଫୁ କରିଦେଇଛନ୍ତି ସ୍ଥାନୀୟ ଲୋକ । ସେହିପରି ଭୁବନେଶ୍ୱରରେ ମଧ୍ୟ ରଜ ଭିଡ଼ ଦେଖିବାକୁ ମିଳିଛି । ବିଭିନ୍ନ ସୋରୁମ ଓ ମାର୍କେଟ ବିଲ୍ଡିଂରେ ମଧ୍ୟ ପ୍ରବଳ ଲୋକ ଭିଡ ଜମାଇଛନ୍ତି ।