କନକ ବ୍ୟୁରୋ: ଶେଷର ବରଗଡ଼ ଧନୁଯାତ୍ରା କଂସ କଳିରେ ପଡ଼ିଲା ପୂର୍ଣ୍ଣଛେଦ । ପୁଣି କଂସ ଚରିତ୍ରରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ । ୭୧ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଭୁବନେଶ୍ୱର ପ୍ରଧାନଙ୍କୁ ମିଳିଲା କଂସ ଚରିତ୍ର । ଏନେଇ ଧନୁଯାତ୍ରା ସଭାପତି ତଥା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

Advertisment

ଚଳିତ ଧନୁଯାତ୍ରା ଆରମ୍ଭ ହେବା ପୂର୍ବରୁ କଂସ ଚରିତ୍ରକୁ ନେଇ ଯେଉଁ ବିବାଦର ନିଆଁ ତେଜିବାରେ ଲାଗିଥିଲା ତାହା ଆଜି ଶାନ୍ତ ପଡ଼ିଛି । ପୂର୍ବବର୍ଷ ଭଳି ଭୁବନେଶ୍ୱର ହିଁ ବରଗଡ଼ ଧନୁଯାତ୍ରାର କଂସ ଚରିତ୍ରରେ ନଜର ଆସିବେ । ଆଉ ବିଭିନ୍ନ ମହଲରୁ ଯେଉଁ ଅସନ୍ତୋଷର ନିଆଁ ଉଠିଥିଲା ତାହାକୁ ବିରାମ ଲଗାଇଛନ୍ତି ଧନୁଯାତ୍ରା ସଭାପତି ତଥା ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ । ଶେଷରେ ଭୁବନେଶ୍ୱରଙ୍କୁ ମିଳିଲା କଂସ ଗାଦି ।

ସେପଟେ ଆସନ୍ତା ଡିସେମ୍ବର ପହିଲାରୁ ହିଁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭସ୍ତମ୍ଭ ପଡ଼ିବ । ଆଉ ବିଶ୍ୱର ବଡ଼ ମୁକ୍ତକାଶ ମଞ୍ଚରେ ଆସନ୍ତା ଜାନୁୟାରୀ ୧୧ ତାରିଖରୁ କଂସର ରାଜୁତି ଦେଖିବାକୁ ମିଳିବ । ଧନୁଯାତ୍ରା ପ୍ରସ୍ତୁତି ବୈଠକ ପରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ।