ଭୁବନେଶ୍ୱର ତମାଣ୍ଡୋ ବ୍ରହ୍ମକୁମାରୀ କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ କଲେ ମହାମହିମ। କହିଲେ, ପରିବର୍ତ୍ତନ ହେଉଛି ଏକମାତ୍ର ଅପରିବର୍ତ୍ତନୀୟ ପକ୍ରିୟା

284

କନକ ବ୍ୟୁରୋ: ରାଷ୍ଟ୍ରପତି ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନରେ ତମାଣ୍ଡୋ ବ୍ରହ୍ମକୁମାରୀ କେନ୍ଦ୍ରରେ ନିଜର ଅଭିଭାଷଣ ରଖିଛନ୍ତି । ଅତି ଚମକ୍ରାର ଭାବରେ ଜୀବନ ଦର୍ଶନର କଥା କହିବା ସହ ଶାନ୍ତି ପ୍ରେମ ସଦଭାବ ଓ ଆଧ୍ୟାତ୍ମିକ ମାର୍ଗରେ ପରିିଚାଳିତ ହେବା ପାଇଁ ପରାମର୍ଶ ଦେଇଛନ୍ତି । କହିଛନ୍ତି- ବସ୍ତୁବାଦୀ ଦୁନିଆରେ ଆମେ ସମସ୍ତେ ବିଭିନ୍ନ ଦ୍ରବ୍ୟର ମୋହରେ ପଡୁଛେ । କିନ୍ତୁ ଜୀବନର ଶେଷ ସମୟରେ ବଡ଼ ଘର, ଗାଡ଼ି, ଦାମୀ ଲୁଗାପଟା, ସୁସ୍ୱାଦୁ ଖାଦ୍ୟ ଏସବୁର ବିଶେଷ କିଛି ଆବଶ୍ୟକତା ନଥାଏ ।

ପିଲାମାନେ ବଡ଼ ଚାକିରି କରି ବାହାରକୁ ଚାଲିଯାଇଥାନ୍ତି । ଶରୀର କ୍ଷୀଣ ହୋଇଯାଇଥିବାରୁ ଭଲ ଲୁଗାପଟା ପିନ୍ଧିବା ସମ୍ଭବ ହୁଏନି । ଦୁଇ ପଟ ରୁଟି ହଜମ କରିବାକୁ ମଧ୍ୟ ଶରୀରରେ ସାମର୍ଥ୍ୟ ନଥାଏ । ଆଉ ଏସମୟରେ କେବଳ ସାହା ହୁଏ, ଆଧ୍ୟାତ୍ମିକତା ଚେତନାର ଶକ୍ତି ।