କନକ ବ୍ୟୁରୋ : ଭୁବନେଶ୍ୱର ରେଳ ଷ୍ଟେସନରୁ ଧରାପଡିଲା ୩୨ କିଲୋରୁ ଅଧିକ ଓଜନର ସୁନା ଅଳଙ୍କାର । ଅଭିଯୁକ୍ତମାନେ ଅଳଙ୍କାରଗୁଡିକୁ ମ୍ବମ୍ବାଇରୁ ଟ୍ରେନ ଯୋଗେ ଆଣୁଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରେ ଧରାପଡିଛନ୍ତି । ସୁନା ଅଳଙ୍କାର ଭର୍ତ୍ତି ୪ଟି ବ୍ୟାଗକୁ ଭୁବନେଶ୍ୱର ଜିଆରପି ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଅଟକ ରଖିଛି ।

Advertisment

ଅଭିଯୁକ୍ତମାନେ କୌଣାର୍କ ଏକ୍ସପ୍ରେସ୍ ଟ୍ରେନରେ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିଲେ । ଏଠାରେ ପୋଲିସ ଯାଂଚ ବେଳେ ସେମାନେ ଧରାପଡିଯାଇଥିଲେ । ତେବେ ଏତେ ପରିମାଣର ସୁନା ଅଳଙ୍କାର କେଉଁ ଉଦ୍ଦେଶ୍ୟରେ କ'ଣ ପାଇଁ ଅଣାଯାଇଛି ତାହା ଉପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ପାଇବା ପରେ ଆୟକର ବିଭାଗ ଏବଂ ଜିଏସଟି ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।