ଭୁବନେଶ୍ୱର ପାତ୍ରପଡାରେ ଫାଟିଲା ଗ୍ୟାସ ସିଲିଣ୍ଡର : ୮ଜଣ ଗୁରୁତର ଆହତ

311

କନକ ବ୍ୟୁରୋ : ଭୁବନେଶ୍ୱର ପାତ୍ରପଡାରେ ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ । ବିସ୍ଫୋରଣରେ ୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଏମ୍ସରେ ୭ଜଣ ଭର୍ତି ହୋଇଛନ୍ତି । ୩ ଜଣ ଆଇସିୟୁରେ ଓ ୪ଜଣଙ୍କର ୱାର୍ଡ ବାହାରେ ଚିକିତ୍ସା କରାଯାଉଛି । ଏବଂ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଅଚାନକ ବିସ୍ଫୋରଣ ହୋଇଥିଲା । ସେମାନେ ପହଁଚିବା ପରେ ୮ଜଣ ନିଆଁରେ ଜଳୁଥିବା ଦେଖିଥିଲେ । ଏହା ଦେଖିବା ପରେ ସେମାନେ ଗାମୁଛା ସହାୟତାରେ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ ।