କନକ ବ୍ୟୁରୋ : କୋଭିଡ଼ ଗାଇଡ଼ଲାଇନ୍ ଉଲ୍ଲଘଂନ କରିବା ଅଭିଯୋଗରେ ଭୁବନେଶ୍ୱର ୟୁନିଟ-୪ ମାଛ ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲା ବିଏମସି । ଆଗରୁ ଜୁନ ମାସରେ ୧୫ ଦନ ପାଇଁ ବନ୍ଦ କରିଥିଲା ବିଏମସି । ଅଗଷ୍ଟ ମାସରେ ନୂଆ ଗାଇଡ଼ଲାଇନ ଆସିବା ପରେ ୨ଥର ଚେତାବନୀ ଦେଇଥିଲା ବିଏମସି । ବିଏମସିର ଗାଇଡ଼ଲାଇନକୁ ନମାନି ସଟଡ଼ାଉନରେ ଦୋକାନ ବଜାର ଖୋଲି ବେପାର କରୁଥିଲେ ବ୍ୟବସାୟୀ । ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ କରାଯାଇଛି ।
ରାଜ୍ୟରେ ଜୀବନ ଜୀବିକା ଏବଂ ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ପୁର୍ଣ୍ଣ ଅନଲକ୍ କରାନଯାଇ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ଭୁବନେଶ୍ୱରରେ ଶନିବାର ରବିବାର ସଟଡାଉନ୍ ଘୋଷଣା କରାଯାଇଛି । କିନ୍ତୁ ଲୋକମାନେ କଟକଣାକୁ ଫୁ କରି ନିଜର ମନମାନି ଚଳାଇଛନ୍ତି । ଆଜି ସଟଡାଉନ୍ ଥିବା ବେଳେ ୪ନମ୍ବର ମାଛ ମାର୍କେଟରେ ଦୋକାନ ଖୋଲି ବ୍ୟବସାୟ କରୁଥିଲେ ବ୍ୟବସାୟୀ । ଯାହାକୁ ନେଇ ବିଏମସି କଡା କାର୍ଯ୍ୟାନୁଷ୍ଠାନ ନେଇଛି । ଅନିର୍ଦ୍ଦିଷ୍ଟ କାଳ ଯାଏଁ ମାଛ ମାର୍କେଟକୁ ସିଲ କରିଦିଆଯାଇଛି ।