କନକ ବ୍ୟୁରୋ: ପ୍ରେମିକା ସହ ନୂଆ ସଂସାର ଗଢିବାକୁ ଅପହରଣ ନାଟକ ରଚିଥିବା ଡେଲିଭରି ବୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଅପହରଣ ମିଛ ଥିଲା, ସ୍ୱିଗି ଡେଲିଭରି ଭାବେ କାମ କରିବା ମଧ୍ୟ ମିଛ ଥିଲା । କେବଳ ପ୍ରେମ ପାଇଁ ନିଜେ ହିଁ ନିଜକୁ ଅପହରଣର ନାଟକ ରଚିଥିଲା ଡେଲିଭରି ବୟ ପତିତପାବନ । ଗିରଫ କରିବା ପରେ ପଚରାଉଚରା କରି ତାଠାରୁ ସତ ଓଗାଳିଛି ପୁଲିସ । ହେଲେ ଏବେ ଉଭୟ ପତ୍ନୀ ଓ ପ୍ରେମିକା ନ୍ୟାୟ ମାଗୁଛନ୍ତି । ଦୁହେଁ ପତତପାବନକୁ ପାଇବାକୁ ଜିଦ କରିବା ପୁଲିସର ମୁଣ୍ଡ ବ୍ୟଥା ବଢାଇ ଦେଇଛି ।
ମିଛ କାହାଣୀ ଗଢି, ଜନସାଧାରଣଙ୍କୁ ଭୟଭୀତ କରିବା, ସାଧାରଣ ଲୋକଙ୍କ ମନରେ ଆତଙ୍କ ଖେଳାଇବା ଆଉ ନିଜର ଫାଇଦା ପାଇଁ ସମସ୍ତଙ୍କ ନିଦ ହଜାଇବା ଡେଲିଭରି ବୟକୁ ମହଙ୍ଗା ପଡିଛି । ପତ୍ନୀକୁ ଧୋକା ଦେଇ ପ୍ରେମିକା ସହ ଫେରାର ଥିବା ପତିତପାବନ ଓରଫ ଚିକୁନର ସବୁ ଚାଲ ଏବେ ଧରାପଡିଯାଇଛି । ନକଲି ଡେଲିଭରି ବୟ ସାଜି, ଅପହରଣ ନାଟକ ରଚିଥିବା ଚିକୁନକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୁଲିସ ।
ଚିକୁନ ତାଙ୍କ ପତ୍ନୀ ଓ ପ୍ରେମିକା, ସମସ୍ତେ ଗୋଟିଏ କଲେଜରେ ଗୋଟିଏ ବ୍ୟାଚରେ ପାଠ ପଢୁଥିଲେ । ୭ ବର୍ଷ ହେଲା ପ୍ରେମିକା ସହ ସଂପର୍କ ରଖିଥିଲେ କିନ୍ତୁ ଆଉ ଜଣକୁ ବାହା ହୋଇଥିଲେ । ଆଉ ବାହା ହେବା ପରେ ପୁଣି ମନ ବଦଳାଇ ଅପହରଣର ମିଛ ନାଟକ ରଚିଥିଲେ । କିନ୍ତୁ ଏବେ ଏସବୁ ଉପରୁ ପରଦା ହଟିଯାଇଛି । ପତ୍ନୀ କହୁଛନ୍ତି, ତାଙ୍କୁ ନ୍ୟାୟ ମିଳୁ ଏବଂ ତାଙ୍କ ସ୍ୱାମୀ ତାଙ୍କୁ ମିଳିଯାଉ । ଏପଟେ ପୁଲିସ ହେପାଜତରେ ଥିବା ପ୍ରେମିକା କହିଥିଲେ, ତାଙ୍କୁ ବି ନ୍ୟାୟ ମିଳୁ, ଚିକୁନ ତାଙ୍କୁ ମିଳିଯାନ୍ତୁ । ଏସବୁ ଭିତରେ ଏହି କାହାଣୀର ଅନ୍ତ କେଉଁଠି ହେବ ତାହା କହିବା ମୁସ୍କିଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/23-19.jpg)