ଜାତୀୟ ରାଜପଥରେ ହାତୀ ଆତଙ୍କ : ହାତୀଙ୍କୁ ରାସ୍ତା ଉପରୁ ବନକର୍ମଚାରୀ ଘଉଡାଇବା ପରେ ଗମନାଗମନ ସ୍ୱାଭାବିକ

92

କନକ ବ୍ୟୁରୋ : ଖୋର୍ଦ୍ଧା ଦେଇ ଯାଇଥିବା ୧୬ ନଂବର ଜାତୀୟ ରାଜପଥରେ ହାତୀ ଆତଙ୍କ । ସଦର ଥାନା ନିକଟ ଦଳେଇପୁଟ ନିକଟସ୍ଥ ରାଜପଥରେ ଆଜି ସକାଳୁ ଦୁଇଟି ହାତୀ ବୁଲାବୁଲି କରୁଥିଲେ । ସେହିବାଟ ଦେଇ ଯାଉଥିବା ଲୋକ ରାସ୍ତା ଉପରେ ହାତୀକୁ ଦେଖି ଭୟରେ ଏଣେ ତେଣେ ଦୌଡାଦୌଡି କରିଥିଲେ ।

ଫଳରେ ୧୬ ନଂବର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ବିନବିଭାଗ କର୍ମଚାରୀ ପହଂଚି, ହାତୀ ଦୁଇଟିକୁ ଘୋଡାଇଥିଲେ । ଦୁଇ ହାତୀକୁ ରାସ୍ତା ଉପରୁ ବନକର୍ମଚାରୀ ଘଉଡାଇବା ପରେ ଗମନାଗମନ ସ୍ୱାଭାବିକ ହୋଇଥିଲା ।