କନକ ବ୍ୟୁରୋ: ଭୁବନେଶ୍ୱରରେ ହର୍ବାଲ ହୋଲି ଖେଳିଲେ ଯୁବପୀଢି । ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ରାଜଧାନୀର ଏକ ହୋଟେଲରେ ପ୍ରି-ହୋଲି ସେଲିବ୍ରେସନ ଆୟୋଜିତ ହୋଇଛି । ଏଥିରେ ସାମିଲ ହୋଇ ଯୁବ ପୀଢି ହଳଦୀ ବେସନ ଗୁଣ୍ଡ ଲଗାଇ ହୋଲି ଖେଳିଛନ୍ତି । ନାଚଗୀତ ମାଧ୍ୟମରେ ବଲିଉଡର ନାମୀଦାମୀ କଳାକାର ମଧ୍ୟ ପ୍ରି-ହୋଲି ସେଲିବ୍ରେସନରେ ସାମିଲ ହୋଇଛନ୍ତି । ପାରମ୍ପରିକ ଭାବେ ବିଭିନ୍ନ ରଙ୍ଗଖେଳି ହୋଲି ପର୍ବ ପାଳନ କରାଯାଇଥାଏ । କିନ୍ତୁ ବର୍ଷ ବର୍ଷ ଧରି ହୋଲି ଉତ୍ସବରେ ରାସାୟନିକ ରଙ୍ଗର ବହୁଳ ବ୍ୟବହାର ସ୍ୱାସ୍ଥ୍ୟ ପ୍ରତି ବିପଦଜନକ ହୋଇପଡିଛି । ଏହାକୁ ଆଖିରେ ରଖି ସ୍ୱପ୍ନା ଫାଉଣ୍ଡେସନ ପ କ୍ଷରୁ ପ୍ରାକୃତିକ ରଙ୍ଗରେ ହୋଲି ଖେଳି ସମାଜକୁ ଏକ ସକରାତ୍ମକ ବାର୍ତା ଦିଆଯାଇଛି ।
ହର୍ବାଲ ହୋଲି ଖେଳିଲେ ରାଜଧାନୀବାସୀ । ହଳଦୀ, ବେସନ ଗୁଣ୍ଡ ଲଗାଇ ଖେଳିଲେ ହୋଲି ।
/kanak/media/post_attachments/wp-content/uploads/2024/03/hhh.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)