କନକ ବ୍ୟୁରୋ : ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଧିନ କୁହା ଅଂଚଳରେ ହୋଇଥିବା ଡବଲ ମର୍ଡର ଘଟଣାରେ ସାମ୍ନାକୁ ଆସିଛି ସିସିଟିଭି। ଏଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି କେମିତି ହତ୍ୟାକାଣ୍ଡ ପରେ ଫେରାର ହୋଇଯାଉଛନ୍ତି ଦୁଇ ଅଭିଯୁକ୍ତ ଭାଇ। ବୁଧବାର ରାତିରେ ଏହି ହତ୍ୟାକାଣ୍ଡ ହୋଇଥିଲା। ଯାହାର ସିସିଟିଭି ଭିଜୁଆଲ ଏବେ ସାମ୍ନାକୁ ଆସିଛି। ସାମାନ୍ୟ ପାର୍କିଙ୍ଗକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିଲା। ଦୁଇ ଜଣ ସାଙ୍ଗ ରଶ୍ମିରଂଜନ ସେଠୀ ଓ ସମ୍ୱିତ ରାଉତଙ୍କୁ ରାସ୍ତା ଉପରେ ଗୋଡାଇ ଗୋଡାଇ ଛୁରୀ ଭୁଷି ହତ୍ୟା କରିଥିଲେ ଦୁଇ ଭାଇ। ହତ୍ୟା କରି ସାରିବା ପରେ ବାଇକରେ ବସି ଫେରାର ହୋଇଯାଇଥିଲେ ଦୁଇ ଭାଇ। କିନ୍ତୁ ଏପର୍ୟ୍ୟନ୍ତ ସେମାନଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ। ତେବେ ସେମାନଙ୍କୁ ଚିହ୍ନଟ କରାଯାଇଛି ଓ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ।
ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଡବଲ ମର୍ଡର ଘଟଣା । ସାମ୍ନାକୁ ଆସିଲା ସିସିଟିିଭି ଫୁଟେଜ, ଅଭିଯୁକ୍ତ ଫେରାର ହେବାର ଦୃଶ୍ୟ କଏଦ
/kanak/media/post_attachments/wp-content/uploads/2024/08/20-8.jpg)