କନକ ବ୍ୟୁରୋ : ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଡବଲ ମର୍ଡର ଘଟଣାରେ ଦୁଇ ଅଭିଯୁକ୍ତ ଗଣେଶ ମଲ୍ଲିକ ଓ ପ୍ରଦୀପ ମଲ୍ଲିକକୁ ଗିରଫ କରିଛି ଏୟାରଫିଲ୍ଡ ପୁଲିସ । ଗଣେଶ ଓ ପ୍ରଦୀପ ଘଟଣା ପରେ ଫେରାର ହୋଇଯାଇଥିଲେ । ପ୍ରଦୀପ ମଲ୍ଲିକ ଓ ତାଭାଇ ଗଣେଶ ମଲ୍ଲିକ ଗାଡ଼ିପାର୍କିଂକୁ ନେଇ ରଶ୍ମିରଂଜନ ସେଠୀ ଓ ସମ୍ୱିତ ରାଉତଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁନ୍ଦରପଦା ଅଞ୍ଚଳରେ ଭାଇଗିରି ଓ ପତିଆରା ଦେଖାଇବା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ପୁରୀ ବସଷ୍ଟାଣ୍ଡରୁ ମିଳିଲା ଫେରାର ଅଭିଯୁକ୍ତର ବାଇକ। ପୁରୀ ବସଷ୍ଟାଣ୍ଡରେ ଅଭିଯୁକ୍ତଙ୍କ ବାଇକ ପାର୍କିଂ ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି । ଗତକାଲି ହତ୍ୟାକାଣ୍ଡ ସମୟର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିଥିଲା । ସିସିଟିଭି ଫୁଟେଜରେ ହତ୍ୟାକାଣ୍ଡ ଭିଆଇବା ପରେ ସିବିଜେଡ ବାଇକରେ ଦୁଇ ଅଭିଯୁକ୍ତ ଫେରାର ହେବାର ଚିତ୍ର ଦେଖିବାକୁ ମିଳିଥିଲା। ପୁରୀ ବସଷ୍ଟାଡିୟମରୁ ଜୱତ ହୋଇଥିବା ଗାଡ଼ିଟି ପ୍ରଦୀପ ମଲ୍ଲିକଙ୍କ ନାମରେ ଅଛି ।

Advertisment