ୟୁପିରେ ରାହୁଲ ଓ ପ୍ରିୟଙ୍କାଙ୍କୁ ପୁଲିସର ଅମାନବୀୟ ବ୍ୟବହାରକୁ ଓଡିଶାରେ ପ୍ରତିବାଦ । ଭୁବନେଶ୍ୱରରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ଶୋଭାଯାତ୍ରା ସହ କୁଶପୁତଳିକା ଦାହ

Advertisment
ୟୁପିରେ ରାହୁଲ ଓ ପ୍ରିୟଙ୍କାଙ୍କୁ ପୁଲିସର ଅମାନବୀୟ ବ୍ୟବହାରକୁ ଓଡିଶାରେ ପ୍ରତିବାଦ । ଭୁବନେଶ୍ୱରରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ଶୋଭାଯାତ୍ରା ସହ କୁଶପୁତଳିକା ଦାହ

କନକ ବ୍ୟୁରୋ: ଉତରପ୍ରଦେଶରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରତି ୟୁପି ପୋଲିସ ଓ ସରକାରଙ୍କ ଅମାନବୀୟ ବ୍ୟବହାରକୁ ନେଇ ଓଡିଶାରେ ତୀବ୍ର ବିରୋଧ । ଆଜି ଏହାକୁ ନେଇ ଭୁବନେଶ୍ୱରରେ ପ୍ରତିବାଦ ପ୍ରଦର୍ଶନ କରିଛି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ । ଆଜି କଂଗ୍ରେସ କର୍ମୀ ମାଷ୍ଟରକ୍ୟାଂଟିନ ଠାରେ ପ୍ରତିବାଦ ଶୋଭାଯାତ୍ରା କରିବା ସହ କୁଶପୁତଳିକା ଦାହ କରିଛନ୍ତି । ୟୁପି ପୋଲିସ ପୋଷାକ ପିନ୍ଧି କଂଗ୍ରେସ କର୍ମୀ ପ୍ରତିବାଦ କରିବା ସହ ନିଆରା ଢଙ୍ଗରେ ନିଜର ପ୍ରତିବାଦ ଦେଖାଇଥିଲେ । ୟୁପି ପୋଲିସ ବିଜେପି ସରକାରଙ୍କ ଚାମଚା ବୋଲି କହିଛିି କଂଗ୍ରେସ ।

ଅନ୍ୟପଟେ, ଗ୍ରେଟର ନୋଏଡାର ଇକୋଟେକ ପୁଲିସ ଷ୍ଟେସନରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ୨୦୩ଜଣ କଂଗ୍ରେସ ନେତାଙ୍କ ବିରୋଧରେ ପୁଲିସ ଏତଲା ରୁଜୁ କରିଛି। ଏତଲାରେ କଂଗ୍ରେସ ନେତାଙ୍କ ବିରୋଧରେ ଅନେକ ଗମ୍ଭୀର ଧାରା ଲାଗୁ କରାଯାଇଛି | ଗୌତମ ବୁଦ୍ଧ ନଗର ପୁଲିସ ପକ୍ଷରୁ ଏହି ଏତଲା ଦାୟର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe