ଭୁବନେଶ୍ୱର ହୋଟେଲ ରୁମରୁ ମିଳିଲା କଟକର ନିଖୋଜ ଯୁବକଙ୍କ ମୃତଦେହ : ଚନ୍ଦ୍ରଶେଖରପୁର ପୋଲିସର ଛାନଭିନ

୨ ଦିନ ତଳେ କଟକରୁ ନିଖୋଜ ନେଇ ଥାନାରେ ହୋଇଥିଲା ଅଭିଯୋଗ

718

କନକ ବ୍ୟୁରୋ : ମିଳିଲା ନିଖୋଜ ଯୁବକର ମୃତଦେହ । ହୋଟେଲ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ମୃତକ ଜଣଙ୍କ ହେଉଛନ୍ତି କଟକ ଅଂଚଳର ଅଭିଷେକ ନାୟକ । ଗତ ୨ ଦିନ ତଳେ ଅଭିଷେକ କଟକ ଅଂଚଳରୁ ନିଖୋଜ ଥିଲେ । ଭୁବନେଶ୍ୱରରୁ ଏହି ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁ କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ କରୁଛି ପୋଲିସ ।