ଅପରାଧୀଙ୍କୁ ଧରିବ ପୋଲିସର ନୂଆ ଆପ୍ : ଅତିଥି ଆପ୍ ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୋଲିସ

ତଥ୍ୟ କେବଳ ପୋଲିସ ପାଖରେ ରହିବ, ସର୍ବସାଧାରଣ କରାଯିବ ନାହିଁ

152

କନକ ବ୍ୟୁରୋ : ଅପରାଧୀଙ୍କୁ ଧରିବା ପାଇଁ ପୋଲିସର ନୂଆ ଆପ୍ଲିକେସନ୍ । ଅତିଥୀ ଆପ ଜରିଆରେ ହୋଟେଲଗୁଡିକର ତଥ୍ୟ ସଂଗ୍ରହ କରାଯିବ । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୋଲିସକୁ ଦେବେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ସମସ୍ତ କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ ହେବ । ହୋଟେଲ ଦେଉଥିବା ତଥ୍ୟ କେବଳ ପୋଲିସ ପାଖରେ ରହିବ, ଏହାକୁ ସର୍ବସାଧାରଣ କରାଯିବ ନାହିଁ । କମିଶନରେଟ ପୋଲିସ ଅଂଚଳରେ ସମସ୍ତ ଗେଷ୍ଟହାଉସ ଓ ଜଲକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଅପରାଧୀମାନେ ମୁଖ୍ୟତଃ ହୋଟେଲରେ ଆସି ରହୁଥିବାରୁ ସୁରକ୍ଷାକୁ ଆଖିରେ ରଖି ଏଭଳି ନିଷ୍ପତି କରାଯାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ।