ଭାଙ୍ଗିଲା ମାଷ୍ଟରକ୍ୟାଣ୍ଟିନରେ ଥିବା ଯୁଦ୍ଧଘୋଡା ସଂଲଗ୍ନ ନର୍ତ୍ତକୀ ମୂର୍ତ୍ତି : ସୌନ୍ଦର୍ଯ୍ୟକରଣ କାମ ସମୟରେ ସ୍ଥାନାନ୍ତର ବେଳେ ଭାଙ୍ଗିଲା

125

କନକ ବ୍ୟୁରୋ : ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଓ ଯୁଦ୍ଧ ମୂର୍ତ୍ତିର ସୌନ୍ଦର୍ଯ୍ୟକରଣ ଚାଲିଥିବାବେଳେ ଅଘଟଣ । ସ୍ଥାନାନ୍ତର ବେଳେ ଭାଙ୍ଗିଗଲା ଏହା ପାଖରେ ଥିବା ଏକ ନର୍ତ୍ତକୀ ମୂର୍ତ୍ତି । ଘୋଡା ସ୍ଥାନାନ୍ତର ହେବନାହିଁ ବୋଲି ନିଷ୍ପତ୍ତି ପରେ ଏହା ଜାଗାକୁ ନୂଆ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ସ୍ମାର୍ଟ ସିଟି ଲିିମିଟେଡ୍ ଏଥିପାଇଁ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରିଛି । ସୌନ୍ଦର୍ଯ୍ୟକରଣ କାମ ଆଗେଇ ଚାଲିଥିବାବେଳେ ଏହି ଅଘଟଣ ଘଟିଛି । ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କ ତତ୍ୱାବଧାନରେ ଏହି କାମ ଚାଲିଥିବାବେଳେ ମୂର୍ତ୍ତିଟି ଭାଙ୍ଗି ଯାଇଛି । କ୍ରେନ୍ ସାହାଯ୍ୟରେ ମୂର୍ତ୍ତିକୁ ହଟା ଯାଉଥିବାବେଳେ ଅଂଟା ପାଖରୁ ନର୍ତ୍ତକୀ ମୂର୍ତ୍ତିଟି ଭାଙ୍ଗି ଯାଇଛି ।