ରାଜଧାନୀରେ ଡ଼କାୟତି ଉଦ୍ୟମ ପଣ୍ଡ : ଘଟଣାସ୍ଥଳରୁ ପୋଲିସ ବନ୍ଧୁକ, ଖଣ୍ଡା ଓ ମାରଣାସ୍ତ୍ର ଜବତ; ୪ ଡ଼କାୟତ ଗିରଫ

67

କନକ ବ୍ୟୁରୋ : ରାଜଧାନୀରେ ଡ଼କାୟତି ଉଦ୍ୟମ ପଣ୍ଡ । ଡ଼କାୟତ ଗ୍ୟାଙ୍ଗକୁ ଧରିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଘଟଣା ସ୍ଥଳରୁ ୪ଜଣ ଡ଼କାୟତଙ୍କୁ ଗିରଫ କଲା ପୋଲିସ । ଏହା ସହ ଘଟଣାସ୍ଥଳରୁ ପୋଲିସ ବନ୍ଧୁକ, ଖଣ୍ଡା ଓ ମାରଣାସ୍ତ୍ର ଜବତ କରିଛି । ପୁଲିସକୁ ଦେଖି ୨ଜଣ ଅପରାଧି ଫେରାର ହୋଇଛନ୍ତି ।

୩ଟି ସୁନା ଚେନ ଓ କାନଫୁଲ ଜବତ କରି ପୋଲିସ ତନାଘନା କରିଛି । ତେବେ ବିଡ଼ିଏ କଲୋନୀରେ ଡ଼କାୟତି ପାଇଁ ପ୍ଲାନ୍ କରୁଥିଲେ ଡ଼କାୟତ । ବିଡ଼ିଏ ଦୁର୍ଗାମଣ୍ଡପ ପଡ଼ିଆରୁ ଗିରଫ ହୋଇଛନ୍ତି ୪ଜଣ ଡ଼କାୟତ । ଏମାନଙ୍କ ମଧ୍ୟରୁ ୩ଜଣ ଡ଼କାୟତ ହେଉଛନ୍ତି ଆଠଗଡ଼ ଅଂଚଳର । ଅନ୍ୟଜଣେ ପଣ୍ଡା ପାର୍କ ଅଂଚଳର ବୋଲି ଜଣାପଡ଼ିଛି ।