କନକ ବ୍ୟୁରୋ : ବନ୍ଦ ପାଳନ ବେଳେ ଭିନ୍ନ ଦୃଶ୍ୟ । ରାଜଧାନୀରୁ ଆସିଛି ଓଡିଶା ବନ୍ଦ ବେଳରେ ନିଆରା ଚିତ୍ର । ବ୍ୟବସାୟୀକ ପ୍ରତିଷ୍ଠାନ ସମ୍ମୁଖରେ ଚାଲିଛି କ୍ରିକେଟ୍ ଖେଳ । ଜିଏସଟିର ସରଳିକରଣ ଦାବି କରି ବ୍ୟବସାୟିକ ପ୍ରତିଷ୍ଠାନ ଏହି ବନ୍ଦ ଡାକରା ଦେଇଛି । ସାରା ରାଜ୍ୟରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଭୁବନେଶ୍ୱର ବାପୁଜିନଗରରେ କ୍ରିକେଟ୍ ଖେଳ ଚାଲିଥିବା ଦେଖିବାକୁ ମିଳିଛି । ଦୋକାନ ବନ୍ଦ ଥିବାରୁ ବ୍ୟବସାୟୀମାନେ କ୍ରିକେଟ୍ ଖେଳୁଛନ୍ତି ।
ସାରା ରାଜ୍ୟରେ ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଛି । ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ । ଫୁଟପାଥଠୁ ଆରମ୍ଭ କରି ଇଣ୍ଡଷ୍ଟ୍ରିଜ ଯାଏଁ ସବୁ ବନ୍ଦ ରହିଛି । ଓଡିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ଜିଏସଟି ନିୟମ ପରିବର୍ତନ, ଅନଲାଇନ ବ୍ୟବସାୟ ଉପରେ ଆଇନ ଆଣିବା ଏବଂ ଖାଦ୍ୟ ନିରପତା ମାନ ଆଇନକୁ ପରିବର୍ତନ କରିବା ଦାବିରେ ବନ୍ଦ ପାଳନ କରୁଛି ବ୍ୟବସାୟୀ ସଂଗଠନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/21-24.jpg)