କନକ ବ୍ୟୁରୋ : ସାମାନ୍ୟ ବର୍ଷାରେ ରାଜଧାନୀରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହେଉଛି । କେଉଁଠି ରାସ୍ତାରେ ପାଣି ଜମି ହୋଇ ରହୁଛି ତ ଅନ୍ୟ କେଉଁଠି ଲୋକେ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି । ତଳିଆ ଅଂଚଳରେ ପାଣି ଜମି ହୋଇ ରହୁଛି । ଆଉ ଏହାର ପ୍ରତିବାଦ କରିଛି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ । ମାଷ୍ଟରକ୍ୟାଂଟିନରେ ରାସ୍ତା ମଝିରେ ଡଙ୍ଗା ରଖି ବିଧାୟକ ସୁର ରାଉତରାୟ ଓ କଂଗ୍ରେସ କର୍ମୀ ପ୍ରତିବାଦ କରିଛନ୍ତି । ଆଗାମୀ ଦିନରେ ବିଏମସି କୌଣସି ପଦକ୍ଷେପ ନ ନେଲେ ଆନ୍ଦୋଳନ ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us