କନକ ବ୍ୟୁରୋ: ଶେଷ ହୋଇଛି ଭୁବନେଶ୍ୱର କ୍ଲବର ନିର୍ବାଚନ । ଯାହାର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ଅସିତ୍ ତ୍ରିପାଠୀ । ସେ ତାଙ୍କ ପ୍ରତିଯୋଗୀଙ୍କଠାରୁ ୨୭୮ ଭୋଟ୍ ଅଧିକ ପାଇଁ ଭୁବନେଶ୍ୱର କ୍ଲବର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଅସିତ ତ୍ରିପାଠୀଙ୍କୁ ମୋଟ ୭୭୬ ଭୋଟ୍ ମିଳିଥିବାବେଳେ ତାଙ୍କ ପ୍ରତିଯୋଗୀ ବିଜୟ ପଟ୍ଟନାୟକଙ୍କୁ ୪୯୮ ଭୋଟ୍ ମିଳିଥିବା ସୂଚନା ମିଳିଛି ।
ଭୁବନେଶ୍ୱର କ୍ଲବ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ଅସିତ୍ ତ୍ରିପାଠୀ ।
୨୭୮ ଭୋଟରେ ନିର୍ବାଚନ ଜିତିଲେ ଅସିତ୍ #Odisha#KanakNewspic.twitter.com/4ZV8qFnYz8— Kanak News (@kanak_news) September 27, 2021
ଭୁବନେଶ୍ୱର କ୍ଲବର କର୍ମକର୍ତ୍ତା ନିର୍ବାଚନ ପାଇଁ ଶନିବାରଠାରୁ ଆରମ୍ଭ ହୋଇଥିଲା ମତଦାନ ପ୍ରକ୍ରିୟା । ଯାହାକି ରବିବାର ଶେଷ ହୋଇଥିଲା । ଦୁଇ ଦିନରେ ମୋଟ୍ ୧୨୬୯ ଜଣ ମତଦାନ କରିଥିବା ବେଳେ ସୋମବାର ଅପରାହଣ ଭୋଟ୍ ଗଣତି ହୋଇଥିଲା । କ୍ଲବର ନିର୍ବାଚନ ପାଇଁ ୫ଟି ବୁଥ୍ ହୋଇଥିବା ବେଳେ ୫ଟି ଲେଖାଏଁ ବାଲାଟ୍ ପେପର୍ ହୋଇଥିଲା । ସଦସ୍ୟମାନେ ପ୍ରାର୍ଥୀଙ୍କ ନାମ ନିକଟରେ କ୍ରସ୍ ଚିହ୍ନ ମାରି ଭୋଟ୍ ଦେଇଥିଲେ । ନିର୍ବାଚନ ସରିବା ପରେ ଜଉମୁଦ ଦେଇ ଭୋଟ୍ ବାକ୍ସଗୁଡ଼ିକୁ ସିଲ୍ କରାଯାଇଥିଲା । ଯାହାକୁ ଆଜି ଅପରାହଣ ଖୋଲାଯିବା ସହିତ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତେବେ ଦୀର୍ଘ ବର୍ଷ ପରେ ସଭାପତି ପଦ ପାଇଁ ଭୋଟିଂ ହେବା ସହ ଅସିତ୍ ତ୍ରିପାଠୀ ଏହି ନିର୍ବାଚନରେ ବାଜି ମାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/34-30.jpg)