କରୋନା ହେଲେ କରିବେ କ’ଣ ? ୧୯୨୯ ନମ୍ବରରେ ଫୋନକରି ପାରିବେ ଭୁବନେଶ୍ୱରବାସୀ । ରାପିଡ୍ ରେସପନ୍ସ ଟିମ୍ ସହ କରିପାରିବେ ଯୋଗାଯୋଗ ।

କରୋନା ହେଲେ କରିବେ କ’ଣ ? ୧୯୨୯ ନମ୍ବରରେ ଫୋନକରି ପାରିବେ ଭୁବନେଶ୍ୱରବାସୀ । ରାପିଡ୍ ରେସପନ୍ସ ଟିମ୍ ସହ କରିପାରିବେ ଯୋଗାଯୋଗ ।

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ରାଜଧାନୀ ସ୍ଥିତିକୁ ନିୟନ୍ତ୍ରଣ ବାହାରକୁ ନେଲାଣି । ଗତ ୭ ଦିନରେ ୧୬୯୭ ଜଣ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୪୮୧ ଜଣ । ଅର୍ଥାତ୍ ରାଜଧାନୀରେ ଗତ ୭ ଦିନରେ ସକ୍ରିୟ କେସ୍ ରହିଛି ୧୨୧୬ ଜଣ । ଯାହା ସିଧାସଳଖ ହସ୍ପିଟାଲ ଉପରେ ଚାପ ବଢାଇବାରେ ଲାଗିଛି । କେବଳ ରାଜଧାନୀର କରୋନା ଆକ୍ରାନ୍ତ ଯେ, ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ତା ନୁହେଁ ବରଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମଧ୍ୟ ରୋଗୀ ରାଜଧାନୀ ମୁହାଁ ହେଉଛନ୍ତି । ଯାହା ସ୍ୱାଭାବିକ ଭାବେ ହସ୍ପିଟାଲରେ ବେଡ୍ ଅଭାବ ଭଳି ସ୍ଥିତି ସୃଷ୍ଟି କରିଛି ।

  • ରାଜଧାନୀରେ ବେକାବୁ ହେଉଛି ସ୍ଥିତି!
  • ହସ୍ପିଟାଲରେ ବେଡ୍ ପାଇଁ ହେଲାଣି ସମସ୍ୟା
  • ଆଡମିଟ୍ ହେବାକୁ ନେହୁରା ହେଲେଣି ଆକ୍ରାନ୍ତ!

ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରରେ ଆଦିତ୍ୟ ଅଶ୍ୱିନୀ ଏବଂ ସମ୍ ହସ୍ପିଟାଲରେ ମିଶାଇ ୮୭୫ ବେଡ୍ ରହିଛି । ଆଉ ଏହା ମଧ୍ୟରୁ ଅଧିକାଂଶ ବେଡ୍ ପୂର୍ଣ୍ଣ ହୋଇସାରିଲାଣି । କୋଭିଡର ପ୍ରଥମ ଲହରରେ କାର୍ଯ୍ୟକ୍ଷମ ଥିବା କିମ୍ସ କୋଭିଡ ହସ୍ପିଟାଲ ଚଳିତ ଥର କାର୍ଯ୍ୟକ୍ଷମ ହୋଇନାହିଁ । ଯାହା ରାଜଧାନୀରେ ବେଡ୍ ଅଭାବ ସ୍ଥିତି ସୃଷ୍ଟି କରୁଛି । ଆକ୍ରାନ୍ତ ହୋଇଥିବା ଅନେକ ରୋଗୀ ଘରେ ସଂଗରୋଧରେ ରହିବାକୁ ଚାହୁଁଥିଲେ ମଧ୍ୟ, ସ୍ଥିତି ଖରାପ ବେଳକୁ ହସ୍ପିଟାଲ ଯିବା ସମ୍ଭବପର ହେଉନାହିଁ । ଯାହା ଏକ ବଡ ସମସ୍ୟା ସୃଷ୍ଟି କରିଛି ।

ରାଜଧାନୀରେ ବିଗୁଡିଥିବା ସ୍ଥିତିକୁ ଦେଖି ଦୁଇ ବରିଷ୍ଠ ଅଧିକାରୀ ଅନୁ ଗର୍ଗ ଏବଂ ଏନ. ତିରୁମାଲା ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ହେଲେ କରୋନାର ପ୍ରଥମ ଲହରରେ ଯେଉଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିଲା, ଚଳିତଥର ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ରାଜଧାନୀରେ ଦୈନିକ ୩୦୦ ସଂକ୍ରମିତ ଚିହ୍ନଟ ହେବା ପରେ ମୁଖ୍ୟ ଶାସନ ସଚିବ ସ୍ଥିତିର ସମୀକ୍ଷା କରି କହିଥିଲେ ଟେଷ୍ଟି, ଟ୍ରାକିଂ ଓ ଆଇସୋଲେସନକୁ ତ୍ୱରାନ୍ୱିତ କର । ୧୯୨୯କୁ ଫୋନ୍ କରି ଲୋକ ଟେଷ୍ଟି ଓ ଟ୍ରିଟମେଂଟର ତଥ୍ୟ ପାଇପାରିବେ । ସହରର ବିଭିନ୍ନ ସ୍ଥାନରେ ୩୩ ରାପିଡ ରେସପନସ ଟିମ୍ ଦାୟିତ୍ୱରେ ଥିବା ସୂଚନା ଦେବା ସହ ଦୈନିକ ୩୦୦୦ ଟେଷ୍ଟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ବଡ କଥା ହେଉଛି, ସମସ୍ତ ସରକାରୀ ତତ୍ପରତା ସତ୍ତ୍ବେ ଲୋକଙ୍କ ମଧ୍ୟରେ ଅନେକ ସନ୍ଦେହ ରହୁଛି । ୧୯୨୯ ନମ୍ବରରୁ ପର୍ଯ୍ୟାପ୍ତ ତଥ୍ୟ ମିଳୁନଥିବା ଲୋକ ଅଭିଯୋଗ ଆଣିବା ସହ ହସ୍ପିଟାଲରେ ବେଡ୍ ପାଇବା ପାଇଁ ଅନ୍ୟକୁ ଅନୁରୋଧ କରୁଛନ୍ତି । ସରକାର ଯଦି କେଉଁ ହସ୍ପିଟାଲରେ କେତେ ବେଡ୍ ଖାଲି ରହିଛି, କେଉଁ ହସ୍ପିଟାଲକୁ ଗଲେ ତୁରନ୍ତ ଚିକିତ୍ସା ମିଳିପାରି. ହସ୍ପିଟାଲ ଯିବା ପାଇଁ ବ୍ୟବସ୍ଥା କଣ ଆପଣାଇବାକୁ ପଡିବ, ତାର ତଥ୍ୟ ସର୍ବସାଧାରଣରେ ରଖିଲେ ହୁଏତ ଅନେକାଂଶରେ ଲୋକ ସମସ୍ୟା ଦୂର ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe