ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ କିଏ ଜିତିବ ଭୋଟରଙ୍କ ଭରସା? ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ବିଜୟ ବାନା ଉଡାଇ ଆସୁଛି ବିଜେଡି

89

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟ୍ ଦେଉଛନ୍ତି ରାଜଧାନୀବାସୀ । ତେବେ ଭୋଟ ପୂର୍ବରୁ ଭୁବନେଶ୍ୱରର ରାଜନୈତିକ ବାତାବରଣ ସରଗରମ ହୋଇଉଠିଥିଲା।ମତଦାନ ପୂର୍ବରୁ ହିଁ ଏଠାରେ ଭୁବନେଶ୍ୱର(ମଧ୍ୟ)ନିର୍ବାଚନ ମଣ୍ଡଳୀର ଉଭୟ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହୋଇଯାଇଥିଲା। ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ସାତଟି ଯାକ ବିଧାନସଭା ଆସନ ବିଜୁ ଜନତା ଦଳ କବଜାରେ ରହିଛି। ତେବେ ବିଜୁ ଜନତା ଦଳ ସୁପ୍ରିମୋ ଭୁବନେଶ୍ୱର(ମଧ୍ୟ) ନିର୍ବାଚନ ମଣ୍ଡଳୀରେ ବିଜୟ କୁମାର ମହାନ୍ତିଙ୍କ ସ୍ଥାନରେ ଏଥର ପ୍ରାର୍ଥୀ ହୋଇଛନ୍ତି ଭୁବନେଶ୍ୱରରେ ଦୁଇ ଦୁଇ ଥର ମେୟର୍ ହୋଇଥିବା ଅନନ୍ତ ନାରାୟଣ ଜେନା।

ଭୁବନେଶ୍ୱର(ମଧ୍ୟ) ବିଧାନସଭା ନିର୍ବାଚନମଣ୍ଡଳୀ

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୧୫ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୨୨ ହଜାର ୪୪୫
– ମତ ଦେଇଥିଲେ – ୯୩ ହଜାର ୨୮୫
– ଭୋଟଦାନ ହାର – ୪୧.୯୪%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ବିଜୟ କୁମାର ମହାନ୍ତି ବିଜେଡି ୫୦,୧୦୭ ୫୩.୭୧% ବିଜୟୀ
ଶୁଭେନ୍ଦୁ ମହାନ୍ତି କଂଗ୍ରେସ ୧୧,୪୨୯ ୧୨.୨୫% ପରାସ୍ତ
ଜଗନ୍ନାଥ ପ୍ରଧାନ ବିଜେପି ୨୭,୭୧୮ ୨୯.୭୧% ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡିର ବିଜୟ କୁମାର ମହାନ୍ତି ନିର୍ବାଚନ ଜିତିଥିଲେ
– ୫୦ ହଜାର ୧୦୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ପରାସ୍ତ କରିଥିଲେ
– ୨୨ ହଜାର ୩୮୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୧୨ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୯ର ଲଢେଇ

ବିଜେଡି: ଅନନ୍ତ ନାରାୟଣ ଜେନା
କଂଗ୍ରେସ: ରାଜୀବ ପଟ୍ଟନାୟକ
ବିଜେପି: ଜଗନ୍ନାଥ ପ୍ରଧାନ

୨୦୧୯–ବିଜେଡି: ଅନନ୍ତ ନାରାୟଣ ଜେନା

– ୨ଥର ଭୁବନେଶ୍ୱର ମେୟର
– ବିଜେଡି ସାଧାରଣ ସମ୍ପାଦକ
– ଯୁବ ସଂଗଠକ
– ପ୍ରଥମଥର ବିଧାନସଭା ପ୍ରାର୍ଥୀ

୨୦୧୯– କଂଗ୍ରେସ: ରାଜୀବ ପଟ୍ଟନାୟକ

– ଛାତ୍ରନେତା
– ଏନ୍ଏସ୍ୟୁଆଇ ସାଧାରଣ ସମ୍ପାଦକ
– କ୍ୟାପିଟାଲ୍ ଆଇନ୍ କଲେଜ୍ ସଭାପତି
– ପ୍ରଥମଥର ନିର୍ବାଚନ ଲଢୁଛନ୍ତି

୨୦୧୯–ବିଜେପି: ଜଗନ୍ନାଥ ପ୍ରଧାନ

– ୨୦୧୪ରେ ପରାଜିତ
– ୫ବର୍ଷ ହେଲା ସଂଗଠନ କରିଛନ୍ତି
– ଦ୍ୱିତୀୟଥର ବିଧାନସଭା ପ୍ରାର୍ଥୀ

ନିର୍ବାଚନ ମଣ୍ଡଳୀ ତଥ୍ୟ

– ଭୁବନେଶ୍ୱରର ୱାର୍ଡ ନମ୍ବର ୧୬ରୁ ୨୯ ଏବଂ ୩୫ରୁ ୩୭କୁ ନେଇ ନିର୍ବାଚନମଣ୍ଡଳୀ ଗଠିତ
– ୨୦୦୯ରେ ଗଠନ ହୋଇଥିଲା
– ଭୁବନେଶ୍ୱର ଲୋକସଭା କ୍ଷେତ୍ର
– ୨୦୦୯ ଏବଂ ୨୦୧୪ ବିଜେଡି ଦଖଲରେ
– ବିଜୟ କୁମାର ମହାନ୍ତି ୨ଥର ଲଗାତର ବିଧାୟକ