ଦାମି ଗାଡିରେ ଗଞ୍ଜେଇ ଚାଲାଣ । ୪୦ କିଲୋ ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ଗ୍ୟାଙ୍ଗ । ଫୁଲବାଣୀରୁ ଭୁବନେଶ୍ୱର ହେଉଥିଲା ଗଞ୍ଜେଇ ଚାଲାଣ ।

90

କନକ ବ୍ୟୁରୋ : ରାଜଧାନୀରେ ଦାମୀ ଗାଡିରେ ଗଂଜେଇ ଚାଲାଣ । ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀର ବରମୁଣ୍ଡା ଅଂଚଳରୁ । ଫୁଲବାଣୀରୁ ରାଜଧାନୀ ଭୁବନେଶ୍ୱରକୁ ହେଉଥିଲା ଗଂଜେଇ ଚାଲାଣ । ଦାମିକା ଟୟୋଟା ଗାଡିରେ ଗଂଜେଇ କାରବାର ସମୟରେ ବରମୁଣ୍ଡା ଅଂଚଳରେ ଗାଡିକୁ ଜବତ କରିଛି ଅବକାରୀ ବିଭାଗ । ଗାଡି ଭିତରୁ ୪୦ କେଜି ଗଂଜେଇ ଜବତ ହୋଇଛି । ଏହି ଗଂଜେଇ କାରବାରରେ ସଂପୃକ୍ତି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏହା ପଛରେ ଅନ୍ୟ କେଉଁ ରାକେଟ୍ କାମ କରୁଛି ସେ ନେଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି ।