କନକ ବ୍ୟୁରୋ : ରାଜଧାନୀରେ ଆପଣ ଦ୍ରୁତ ଗତିରେ ଗାଡି ଚଳାଉଛନ୍ତି କି? ରାଜଧାନୀ ରାସ୍ତାରେ ଦ୍ରୁତ ଗାଡି ଚାଳନାର ମଜା ନେଉଛନ୍ତି କି ? ଯଦି ହଁ ତେବେ ସତର୍କ ହୋଇ ଯାଆନ୍ତୁ । କାରଣ ଆପଣଙ୍କ ଗାଡି ଉପରେ ସିସିଟିଭି ନଜର ରଖିଛି । ଦ୍ରୁତ ଗତିରେ ଗାଡି ଚାଳନା କଲେ କଟିବ ଇ-ଚାଲାଣ । ଆପଣଙ୍କୁ କେହି ରାସ୍ତାରେ ଅଟକାଇବେ ନାହିଁ । କିନ୍ତୁ ରାସ୍ତାରେ ଥିବା ସିସିଟିଭି କ୍ୟାମେରା ନଜର ରଖିବ ।
ହାଇ ସ୍ପିଡରେ ଗଲେ ନିୟମ ଭଙ୍ଗ ଅଭିଯୋଗରେ ଆପଣଙ୍କୁ ତଣ୍ଡ ଗଣିବାକୁ ପଡିବ । ବାଇକରେ ୬୦ରୁ ୭୦ ସ୍ପିଡରୁ ଅଧିକ ସ୍ପିଡ ଗଲେ ଓ ଚାରି ଚକିଆ ଯାନ ୧୦୦ ସ୍ପିଡରୁ ଅଧିକ ଦ୍ରୁତ ଗତିରେ ଗଲେ ଚାଲାଣ କଟିବ । ଜାତୀୟ ରାଜପଥରେ ଦ୍ରୁତ ଗତିରେ ଗଲେ ଗାଡିର ବେଗ ମାପି ଆପଣଙ୍କ ଫୋନକୁ ଯିବ ଚାଲାଣର ମେସେଜ । ଆଉ ଏସବୁ ଆରଟିଓ -୧ର କଣ୍ଟ୍ରୋଲ ରୁମରେ ପରିଚାଳନା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/vlcsnap-2023-10-01-08h16m29s570.png)