କନକ ବ୍ୟୁରୋ: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ହଟିଲା ରେଡ ଜୋନ୍ । ଅଂରେଜ ଜୋନକୁ ଖସିଲା ଭୁବନେଶ୍ୱର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ତାଲିକାରୁ ଏହି ତଥ୍ୟ ମିଳିଛି । ପୂର୍ବରୁ ରେଡ ଜୋନରେ ଥିଲା ଖୋର୍ଦ୍ଧା ଜିଲ୍ଲା । ହେଲେ ଆଜି ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନରେ ତାଲିକା ଭୁକ୍ତ ହୋଇଛି ।କରୋନା ହଟସ୍ପଟ ଭାବେ ଘୋଷଣା କରାଯାଇଥିବା ଭୁବନେଶ୍ୱର ସମ୍ପୂର୍ଣ୍ଣ ରେଡ ଜୋନକୁ ଆସି ଯାଇଥିଲା । ଏବେ ଦୀର୍ଘ ଦିନ ହେବ ଖୋର୍ଧାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶି କିଛି ନଆସିବାରୁ ଜିଲ୍ଲାକୁ ବର୍ତ୍ତମାନ ରେଡରୁ ଅରେଂଜ ଜୋନରେ ସାମିଲ କରାଯାଇଛି । ଦେଖିବାକୁ ଗଲେ ଭୁବନେଶ୍ୱର କରୋନା ମୁକ୍ତ ଦିଗରେ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ରାଜଧାନୀରେ ପଜିଟିଭି ମାମଲା ଆସିବା ପରେ ଲକଡାଉନ ସହ, ସଟଡାଉନ ମଧ୍ୟ ଘୋଷଣା କରାଯାଇଥିଲା । ସଂକ୍ରମିତ ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ମାତ୍ରା ସଂପୃକ୍ତ ଅଂଚଳରୁ କେହି କରୋନା ଆକ୍ରାନ୍ତ ଚିହ୍ନଟ ନହେବା କାରଣରୁ ସେଠାରୁ ଏବେ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଉଠିବା ସହ ଭୁବନେଶ୍ୱର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ।
ସେହିଭଳି ଖୋର୍ଧା ସମତେ ଅରେଂଜ ଜୋନରେ ସାମିଲ ହୋଇଛି ସୁନ୍ଦରଗଡ, କେନ୍ଦ୍ରାପଡା, କଳାହାଣ୍ଡି , କୋରାପୁଟ, ଢେଙ୍କାନାଳ ଓ ପୁରୀ ଜିଲ୍ଲା । ଆଉ ରେଡ ଜୋନକୁ ଯାଇଛି ରାଜ୍ୟର ତିନି ଜିଲ୍ଲା ତଥା ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ପୂର୍ବରୁ ରେଡ ଜୋନରେ ଥିଲା ଖୋର୍ଦ୍ଧା ଜିଲ୍ଲା । ହେଲେ ଆଜି ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନରେ ତାଲିକାଭୁକ୍ତ ହୋଇଛି । ଅନ୍ୟପଟେ ଓଡିଶାର ୨୧ ଜିଲ୍ଲାକୁ ଗ୍ରୀନ ଜୋନରେ ରଖାଯାଇଛି । କରୋନା ସଂକ୍ରମଣକୁ ଆଖିରେ ରଖି ଦେଶର କରୋନା ଆକ୍ରାନ୍ତ ଜିଲ୍ଲାଗୁଡିକୁ ୩ଟି ଜୋନରେ ଭାଗ କରିଛନ୍ତି କେନ୍ଦ୍ର ସରକାର । ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ ଜିଲ୍ଲାଗୁଡିକ ଚିହ୍ନଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
ଦେଶର ୧୩୦ ଜିଲ୍ଲା ରେଡ ଜୋନରେ ରହିଥିବା ବେଳେ ୨୮୪ ଜିଲ୍ଲା ଅରେଞ୍ଜ ଜୋନରେ ଏବଂ ୩୧୯ ଜିଲ୍ଲା ଗ୍ରୀନ ଜୋନରେ ରହିଛି । ତେବେ ପ୍ରତି ସପ୍ତାହରେ କରୋନା ସଂକ୍ରମଣକୁ ଆଖିରେ ରଖି ତାଲିକାରେ ପରିବର୍ତନ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।