କନକ ବ୍ୟୁରୋ : ଓଲଟିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସୁନାବେଶ ଦର୍ଶନ କରି ପାଖାପାଖି ୧୦୦ ଯାତ୍ରୀଙ୍କୁ ନେଇ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବସ ଭାରସାମ୍ୟ ଓଲଟି ପଡ଼ିଥିଲା ।

Advertisment

ସାତଶଂଖ ଜସୁଆପୁର ନିକଟରେ ଏହି ବସଟି ଓଲଟିଛି । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ଆହତଙ୍କୁ ସାତଶଂଖ ଓ ସତ୍ୟବାଦୀ ମେଡିକାରେ ଭର୍ତ୍ତି କରାଯାଇଛି । କ୍ଷମତା ଠାରୁ ଅଧିକ ଯାତ୍ରୀ ବସରେ ଯାତ୍ରା କରୁଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣାସ୍ଥଳରୁ ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ଫେରାର୍ ଥିବା ପୋଲିସ୍ କହିଛି ।