କନକ ବ୍ୟୁରୋ : ତତଲା କଡେଇରେ ସିଝୁଛି ସାରା ଓଡ଼ିଶା । ୩୭ ଡିଗ୍ରୀ ଉପରେ ରାଜ୍ୟର ୭ ସହର । ଝାରସୁଗୁଡା ୩୯.୨ ଡ଼ିଗ୍ରୀ, ବାଲେଶ୍ୱର ୩୯ ଡ଼ିଗ୍ରୀ, ଚାନ୍ଦବାଲି ୩୯ ଡ଼ିଗ୍ରୀ, ଭୁବନେଶ୍ୱର ୩୮.୬ ଡ଼ିଗ୍ରୀ, ସମ୍ବଲପୁର ୩୮.୨ ଡ଼ିଗ୍ରୀ, କେନ୍ଦୁଝର  ୩୭.୬ ଡ଼ିଗ୍ରୀ,  ହୀରାକୁଦ ୩୭.୪ ଡ଼ିଗ୍ରୀ,  ଗୋପାଳପୁର ୩୪.୬ ଡ଼ିଗ୍ରୀ,  ପୁରୀ ୩୩.୪ ଡ଼ିଗ୍ରୀ , ପାରାଦୀପ ୩୩ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

Advertisment

ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଖରା ହେବ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାପାଇଁ ହିଟ୍ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି କିଛି ଜିଲ୍ଲାରେ ପାରଦ ୪୩ ଡିଗ୍ରୀ ଛୁଇଁବା ଆଶଙ୍କା ରହିଛି । ସେହିପରି ଆସନ୍ତାକାଲି ଜଳିବ ଓଡ଼ିଶା । ଆକାଶରୁ ନିଆଁ ବର୍ଷା ହେବା ଭଳି ତାତି ଅନୁଭୂତ ହେବ । ଝାରସୁଗୁଡ଼ା ତାତି ୪୪ ଡିଗ୍ରୀ ଛୁଇଁପାରେ । ଗତକାଲି ଝାରସୁଗୁଡ଼ାରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଥିଲା । ଗୋପାଳପୁରର ପାରା ମଧ୍ୟ ୩ ଦଶନ୍ଧିର ରେକର୍ଡକୁ ପଛରେ ପକାଇଛି । ୧୯୯୪ ଏପ୍ରିଲ ୧୨ରେ ଗୋପାଳପୁରରେ ଏପ୍ରିଲ ମାସର ସର୍ବୋଚ୍ଚ ତାପମାତ୍ରା ୩୭ ଦଶମିକ ୮ ଡିଗ୍ରୀ ରହିଥିଲା ।