କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନଙ୍କ ଘରେ ରେଡ୍ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ

134

କନକ ବ୍ୟୁରୋ : କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭୁବନେଶ୍ୱର ବ୍ଳକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଶୁଭେନ୍ଦୁ କୁମାର ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ଼ । ଏକକାଳୀନ ୩ଟି ସ୍ଥାନରେ ରେଡ଼ କରୁଛି ଭିଜିଲାନ୍ସ ।

ଭୁବନେଶ୍ୱର ହାଉସିଂ ବୋର୍ଡ଼ କଲୋନୀରେ ଥିବା ଘର, ପୁରୀର ଶ୍ରୀ ଚନ୍ଦନପୁର ଠାରେ ଥିବା ନିଜ ପୈତୃକ ଘର ଓ ଭୁବନେଶ୍ୱର ବ୍ଲକରେ ଥିବା ଅଫିସ ଚାମ୍ବରରେ ଚଢ଼ାଉ କରିଛି ଭିଜିଲାନ୍ସ । ଆୟବର୍ହିଭୁତ ସମ୍ବତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରୁଥିବା ସୂଚନା ମିଳିଛି ।